Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjeeb Kumar Nag

Tragedy Others

4.0  

Sanjeeb Kumar Nag

Tragedy Others

ଝିଅ

ଝିଅ

1 min
11.5K


ପୁଷ୍ପବଚାୟୀଙ୍କ ଧାଡି ଲାଗିଯାଏ

ପୁଷ୍ପରେ ପୁଷ୍ପିତ ପୁଷ୍ପ ଉପବନେ,

ବିଷାଦର ଛାୟା ଛାଇ ହୋଇଯାଏ

କଜ୍ଜ୍ଵଳ ଲୋଚିତ ମୃଗିଣୀ ନୟନେ।


ଅଗଣିତ ପୁଷ୍ପ ପୁଷ୍ପବନେ ଫୁଟି

ପୁଷ୍ପକ ଯାନରେ ଯାଇ ନୂଆପୁର,

ଭ୍ରମର ସେବାରେ ଯାଇଥାନ୍ତି ଲୋଟି

ଚିରଦିନଲାଗି ହୋଇ ଚୁରମାର।


ମିଳେନି ସେଇଠି

ଭାଇ ଭଉଣୀଙ୍କ ସ୍ନେହ ଭରା ଡାକ

ମିଳେ ନଣନ୍ଦର ଗାଳି,

ଘରେ ସିନା ବୋଉ ଶୁଣୁଥିଲା ଅଳି

ଶୁଣିବ କେ ଏଠି

ତା ଅଳି ଶୁଣଇ ଚୁଲି।


Rate this content
Log in

Similar oriya poem from Tragedy