STORYMIRROR

Amitav Sahu

Others

3  

Amitav Sahu

Others

ଝିଅ ପାଇଁ କବିତା

ଝିଅ ପାଇଁ କବିତା

1 min
580

ଖୁବ୍ ଇଛାଥାଇ

ଲେଖିପାରିନଥିବା କବିତାଟି

ଆଜି ତୋ' ପାଇଁ ।

ମୁଁ ଗର୍ବିତ ନୁହଁ

ବାପା ହେଲି ବୋଲି

ବରଂ ଗର୍ବିତ ଏଇଥି ପାଇଁ

ତୁ ମୋର ହୋଇ ଆସିଲୁ ବୋଲି !


ତଥାପି ବାପା ହେବାରେ ଗୋଟେ ଗର୍ବ ଥାଏ

ଜଣେ ବାପା ହିଁ ଜାଣିପାରେ ।


ତୋ ଆସିବାର ବାଟକୁ ଚାହିଁ

ତୋ ମା'

କେତେ ପୂଜାପାଠ

କେତେ ଜପତପ

କେତେ ନିଘାନିଷ୍ଠା

କେତେ ଲାଳନପାଳନ ନିଜକୁ

ଖାସ୍ ତୋ'ରି ପାଇଁ ।

ଆଉ ଆଜି ତୁ ଆସିବୁ ବୋଲି

ରକ୍ତସବୁ ପାଣିକରି ବୁହାଇଦେଲା ନଜଠୁ

ବଦଳରେ ତୋତେ କିଛି ଯନ୍ତ୍ରଣା ନ ଦେଇ

ଦେଖ୍, ସେ କେମିତି ହସ୍ପିଟାଲରେ ଶଯ୍ୟାଶାଇ।


ମୁଁ ଦେଖିପାରେନା ତା' କଷ୍ଟକୁ

ସହିପାରେନା ତା' ଦୁଃଖକୁ

ଅସହ୍ୟ ମଣିଷଟିଏ ମୁଁ।


ତୁ କେବଳ ଆସିଲୁନି

ଆସିଲୁ ପବିତ୍ରତାର ମହମହ ବାସ୍ନା ନେଇ

ତୋ ଆସିବା ଲଗ୍ନରେ

ତୋ ଗୁଲୁ ଗୁଲୁ ହସରେ

ତୋ ମିଟି ମିଟି ଚାହାଣୀରେ

କୁଆଁ କୁଆଁ ରାବରେ

ଅନ୍ଧାର ପଡ଼ିଥିବା ମୋ ଘରଟା

ଆଲୋକର ସନ୍ଧାନ ପାଇ

ଦେଖ୍, କେମିତି ଉଠିଛି କୋଳାହଳ ହୋଇ।


ନିରବତାକୁ ଖୁବ୍ ଭଲପାଉଥିବା ତୋ ମା'

ଆଜି ମୋ ନିରବତାକୁ ପ୍ରଶ୍ନ କରେ

ଖୁବ୍ କହେ

ଖୁବ୍ ହସେ

ଖୁବ୍ ଗୁଣୁଗୁଣାଏ

ଅଜଣା ଅଜଣା ସ୍ବପ୍ନ ଦେଖେ

ପଚାରିଲେ କହେ

ସବୁକିଛି ସମର୍ପି ଦେଇଛି ତୋ' ନାଆଁରେ।


ଏବେ ଜୀବନ କହିଲେ

କେବଳ ତୁ !!


Rate this content
Log in