Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Laxman Kumar Behera

Tragedy

3  

Laxman Kumar Behera

Tragedy

ଜଗନ୍ନାଥ

ଜଗନ୍ନାଥ

1 min
7.1K


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)


ମୋତେ ଭବ ସାଗରରେ ଠେଲି ଦେଇ

ତୁ ବଡ ଦେଉଳରେ ଭୋଗ କଲୁ,

ମନେ ମନେ ସାତପର ଭାବି

ମୋତେ ସବୁଦିନ ପାଇଁ ଭୁଲିଗଲୁ । ( ସ୍ଥାୟୀ )


ଫୁଲକୁ ଛୁଇଁଲି

ସେ ମଉଳି ଗଲା,

ଜହ୍ନକୁ ଦେଖିଲି

ସେ ମନ ମାରିଲା ।

ହସି ଦେଇ ପଦେ କଥା କହିଲି ବୋଲି

ତୁ ରାଗିଗଲୁ । ( ଅନ୍ତରା )


ନଦୀକୁ କହିଲି

ସେ ଫୁଲେଇ ହେଲା,

ଖରାକୁ କହିଲି

ସେ ବଦଳି ଗଲା ।

ଓଠ ଖୋଲି ପଦେ କଥା କହିଲି ବୋଲି

ତୁ ଦୁଃଖ ଦେଲୁ । ( ଅନ୍ତରା )


ମେଘକୁ କହିଲି

ସେ ଭାଙ୍ଗି ପଡିଲା,

ବାଟକୁ ଦେଖିଲି

ସେ ମୁହଁ ମୋଡିଲା ।

ମନ ଦେଇ ତତେ ଭଲ ପାଇଲି ବୋଲି

ତୁ ଘୃଣା କଲୁ । ( ଅନ୍ତରା )


କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ-୦୯୬୬୮୨୪୨୭୨୦


Rate this content
Log in