Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Others

3  

DILIP KUMAR SAHOO

Others

ଜଗନ୍ନାଥ ସେ ଶିବଶକ୍ତି

ଜଗନ୍ନାଥ ସେ ଶିବଶକ୍ତି

1 min
187



କେତେ ମତ କେତେ ବ୍ରତ କେତେଯେ ତତ୍ତ୍ୱ 

ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ

ମହାପ୍ରଭୁ ମହାଶକ୍ତି ଶିବ ସେ ଶାକ୍ତ

ତାନ୍ତ୍ରିକ ସେ ମନ୍ତ୍ର ତନ୍ତ୍ର ଯନ୍ତ୍ରେ ବିଦିତ

ଅଷ୍ଟ ଶମ୍ଭୁ ଅଷ୍ଟ ଶକ୍ତି

ଶ୍ରୀମନ୍ଦିରେ ବିରାଜନ୍ତି

ଶିବ ଶକ୍ତି ଉପାସନା

ପତିତପାବନ ବାନା

ଭକତେ ଖୋଜନ୍ତି ଶାନ୍ତି ମୁକ୍ତି ର ପଥ

ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।।


ତନ୍ତ୍ର ଶାସ୍ତ୍ରେ ଜଗନ୍ନାଥ ଭୈରବ ସେଯେ

ବିମଳା ରୂପରେ ମାତା ଭୈରବୀ ବିଜେ

ଅଗ୍ନି କୋଣ ବଟ ମୂଳେ ବିଜେ ମଙ୍ଗଳା

ବାୟୂକୋଣେ ବିରାଜନ୍ତି ସର୍ବ ମଙ୍ଗଳା

ଅର୍ଦ୍ଧ ଶୋଷିଣୀ ଉତ୍ତରେ

କାଳରାତ୍ରୀ ଯେ ଦକ୍ଷିଣେ

ପୂର୍ବ ଦିଗେ ମରିଚିକା

ନୈରୁତରେ ଚଣ୍ଡରୂପା

ଆଲାମଚଣ୍ଡୀ ଇଶାଣ କୋଣେ ପୂଜିତ 

ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।।


ଅଷ୍ଟ ଶମ୍ଭୁ ପ୍ରଭୁଙ୍କର ସାଥୀ ସୋଦର

ନୀଳକଣ୍ଠ ଯମେଶ୍ବର ମାର୍କଣ୍ଡେଶ୍ୱର

ବଟେଶ ମହେଶ ପ୍ରଭୁ ଇଶାନେଶ୍ବର

କପାଳ ମୋଚନ ଦେବ ଶ୍ରୀବିଲ୍ବେଶ୍ବର

ପୁଣିଯେ ଅଛନ୍ତି ଚଣ୍ଡୀ

କମଳା କୁତାମଚଣ୍ଡୀ

ଖମ୍ବ କାଳୀ ବେଢାକାଳୀ

ମଶାଣୀ ଚଣ୍ଡୀ ବାଶେଳି

ସେହି ଶିବ ସେହି ଶକ୍ତି ମୁକ୍ତି ମାର୍ଗତ 

ସବୁରି ମୂଳରେ ପ୍ରଭୁ ଶ୍ରୀଜଗନ୍ନାଥ ।।



Rate this content
Log in