Meera Tripathy

Others


3  

Meera Tripathy

Others


ଜଗନ୍ନାଥ ଙ୍କୁ ଚିଠି

ଜଗନ୍ନାଥ ଙ୍କୁ ଚିଠି

1 min 137 1 min 137

ଚିଠି ମୁଁ ଲେଖୁଛି

      ଆହେ ଜଗନ୍ନାଥ

        ଘେନ ମୋର ପ୍ରଣିପାତ,

କାଲି ପରା ତୁମ

    ନାଗାର୍ଜ୍ଜୁନ ବେଶ

      ଦେଖିବାକୁ ନାହିଁ ଭକ୍ତ।


କାହିଁପାଇଁ ତୁମେ

    ଛଳନା କରିଲ

      କି ଦୋଷ ରହିଲା ଆମ,

କାନ୍ଦୁଛି ଭକତ

    ତୁମ ଦରଶନ

       ପବିତ୍ର ହେବ ନୟନ।


ବରଷ ପଚିଶି

    ପରେ ପଡୁଅଛି

      ତୁମ ବେଶ ନାଗାର୍ଜ୍ଜୁନ

ଦେଖିବାକୁ ବେଶ

    ମନ କରିଥିଲା

       ଭକତ ଜୀବନ ଧନ।


ଆହେ ଜଗନ୍ନାଥ

    ଘେନ ମୋ ଗୁହାରୀ

      ଫିଟାଅ ବଡ ଦୁଆର

ବାଇଶି ପାହାଚ

    ଚଢିବ ଭକତ

      ଦେଖିବ ଥାଟ ତୁମର।


ମଉନ ନ ହୋଇ

   ଦେଖା ତୁମ ରୂପ

      ସୁଦର୍ଶନ ଚକ୍ର ଭେଜି

ତୁମର ମାଟିରେ

    ପରାକ୍ରମୀ କେହି

     ତୁମ ବିନା ନୁହେଁ ସାଜି।


ଭକତ ଆଖିର

    ତତଲା ଲୁହକୁ

      ପାରିବ ତୁମେ ଲିଭାଇ

ତୁମ ଦରଶନ

  ଶୀତଳ ଚନ୍ଦନ

      ହୃଦରେ ବୋଳିବ ନେଇ।



ଶେଷେ ମୁଁ କହୁଛି

   ରଖ ଅନୁରୋଧ

     ଶୁଭୁ ତୁମ ଜୟଗାନ

ବେତର ପ୍ରହାର

    ଆଉ ଥରେ ବାଜୁ

      ହସିଉଠୁ ସିଂହାସନ।



Rate this content
Log in