ଜଗନ୍ନାଥ ନାମ ସଂସାରେ ସାର
ଜଗନ୍ନାଥ ନାମ ସଂସାରେ ସାର


ସଂସାର ମଧ୍ୟରେ ସାର ଜଗନ୍ନାଥ
ଅନ୍ୟ ସବୁ ହିଁ ଅସାର
ଅଗତିର ଗତି ସ୍ୱୟଂ ଲକ୍ଷ୍ମୀପତି
ନାଥ ଦୁଃଖୀ ଜନଙ୍କର
ଏ ସୃଷ୍ଟି ସମ୍ଭବ ପ୍ରଭୁଙ୍କ ଇଙ୍ଗିତେ
ସଂହାର ପୁଣି ସେ ହାତେ
ବିଶ୍ଵ ବଳୟରେ ମହାପ୍ରଳୟର
ଧ୍ଵଂସ ଲୀଳା ଭିନ୍ନ ମତେ
ଅବତାରୀ ସହ ଅବତାର ଧାରେ
ଯୁଗେ ଯୁଗେ ଜଗନ୍ନାଥ
ଅବ୍ୟକ୍ତ ଅନିତ୍ୟ ଅପୂର୍ବ ଅଦ୍ଭୁତ
ବ୍ରହ୍ମଙ୍କ ଅଦେଖା ହାତ
ଭାବରେ ଭକ୍ତିରେ ଜପରେ ତପରେ
ପରଂବ୍ରହ୍ମ ଜଗନ୍ନାଥ
ରାମାୟଣ ଅବା ପାରାୟଣ ଧାରେ
ପୁଣି ଗୀତା ଭାଗବତ
ଚାରି ଯୁଗ-ବେଦ-ନାଦ-ବ୍ରହ୍ମନାଦ
ସବୁ ପ୍ରଭୁଙ୍କ ଭିଆଣ
ଅତୀତ ସତ୍ୟତା ବର୍ତ୍ତମାନ ସତ୍ୟ
ଭବିଷ୍ୟତ ସନ୍ଦିହାନ
ସତ୍ୟ ଯୁଗେ ସତ୍ୟ ଉତ୍ପତ୍ତି ସହିତ
ବ୍ୟାପକ ପ୍ରତି ଯୁଗରେ
ଭବିଷ୍ୟତ ପନ୍ଥା ନିର୍ଣ୍ଣୟ ଅବଶ୍ୟ
ସତ୍ୟ ନ୍ୟାୟ ଓ ଧର୍ମରେ
ନିରାକାର ଓଁକାର ଓ ନିର୍ବିକାର
ପ୍ର
ାୟତଃ ଅବର୍ଣ୍ଣନୀୟ
ଅସୀମ ଅଚିନ୍ତ୍ୟ ଅନାଦି ଅନନ୍ତ
ବ୍ରହ୍ମ ହିଁ ରହସ୍ୟମୟ
ମୁକ୍ତି ମୋକ୍ଷ ପ୍ରାପ୍ତି ପ୍ରଭୁଙ୍କ ହାତରେ
ଅଣୁ ପରମାଣୁ କ୍ରମେ
ସେହି ପରଂବ୍ରହ୍ମ ପୁଣି ପ୍ରାଣ ବିନ୍ଦୁ
ଭୂମି ଓ ଭୂମାରେ ଭ୍ରମେ
ନୀଳାଚଳ ନାଥ ଆହେ ଜଗନ୍ନାଥ
ସକଳ ଜୀବ ଙ୍କ ନାଥ
ତୁମେ ହିଁ ଜୀବନ,ତୁମେ ହିଁ ସତ୍ୟ
ତୁମେ ହିଁ ମୁକ୍ତି ର ପଥ
ମୁନି ଋଷି ଯୋଗୀ ଧ୍ୟାଉଛନ୍ତି ହୃଦେ
ଭକ୍ତଙ୍କର ପ୍ରାଣ ନାଥ
ତୁମ ଶ୍ରୀମୁଖର ଦର୍ଶନ ଲଭିଲେ
ଲୋଡା ନାହିଁ ଅନ୍ୟ ତୀର୍ଥ
କିଏ କେଉଁ ନାମ ଧରି ଡାକୁ ଅଛି
ତୁମେ ପରା ସର୍ବନାମ
ଭକ୍ତର ଅନ୍ତର ଜାଣ ପରା ତୁମେ
ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ
ବେଦ ପୁରାଣରେ ବର୍ଣ୍ଣନା ରହିଛି
ଜଣେ ମାତ୍ର ସତ୍ୟ ନାଥ
କରି କରାଉଛି ତାରୁଛି ମାରୁଛି
ସ୍ଵୟଂ ସେହି ଜଗନ୍ନାଥ