ଜଗନ୍ନାଥ ହେ
ଜଗନ୍ନାଥ ହେ
ଦିଅଶକ୍ତି ମୋତେ ଗାଉଥିବି ନାମ
ଥିବା ଯାଏ ଏହୁ ପ୍ରାଣ,
ନକରି ନିରାଶ ଦେବୁ ଆଶିର୍ବାଦ
ଥିବ ଧ୍ୟାନ ଅନୁକ୍ଷଣ।
ବଂଶୀଧ୍ୱନି ତୋର ବାଜୁଥିବ କର୍ଣ୍ଣେ
ଜ୍ଞାନ ଦେଉ ଥିବୁ ଭରି,
କରୁ ଥିବି ଭକ୍ତି ତୋର ଚରଣରେ
ଦେଉ ଥିବୁ ଶବ୍ଦ ଭରି।
ବାନା ନୀଳଚକ୍ର ଉଡୁଅଛି ଭବେ
ଦେଖୁ ଅଛୁ ନିରନ୍ତର,
ଅଟେପରା ମୁହିଁ ମୂଖ୍ୟ ଓ ଅଜ୍ଞାନୀ
କରିଛି ଭରୋସା ତୋର।
ସଂକଳ୍ପ କରିଛି ଗାଇବି ମହିମା
ଜ୍ଞାନ ସେହୁ ମୋର କାହିଁ?
ତୋର ଆଶୀର୍ବାଦେ ରଚନା କରିବି
ଶବ୍ଦ ଭରି ଦିଅ ତହିଁ।
ପ୍ରଭୁ ସେହୁଶବ୍ଦେ ରଚନା କରିବି
ତହରି ଭକ୍ତି ସଙ୍ଗୀତ,
ଦିଅ ଭକ୍ତିପଥ ଦିଅ ଜ୍ଞାନପଥ
ରଚିବ ମୂର୍ଖ ଭକତ।
ଯହିଁ ଧର୍ମପଥ ଜୀବଙ୍କ କଲ୍ୟାଣେ
ତବ ପଦେ ସମର୍ପଣ,
ମନ୍ତ୍ର ସମଭାବ ଜନ ହୀତେ ଯହିଁ
ରାଷ୍ଟ୍ରକାର୍ଯ୍ୟେ ଅନୁକ୍ଷଣ।
ରାମ ରୂପ ଧରି ମାରିଲ ରାବଣ,
ଭକ୍ତଙ୍କୁ କଲ ଉଧାର,
ଧର୍ମର ସ୍ଥାପନ କଲ ମୃତ୍ୟୁଲୋକେ
ମହିମା ପ୍ରଭୁ ଅପାର।
ଧରି କୃଷ୍ଣରୂପ କଂସକୁ ମାରିଲ
ଅତି ଦୁରାଚାରୀ ସେହୁ,
ଧର୍ମ ସତ୍ୟତ୍ୟାଗ ପ୍ରେମଶ୍ରଦ୍ଧା ଭାବ
ସ୍ଥାପିତଟି ମହାବାହୁ।
ପୁରୀକ୍ଷେତ୍ରେ ପ୍ରଭୁ ବିରାଜମାନହେ
ସାକ୍ଷାତରେ ଦାରୁବ୍ରହ୍ମ,
ନୀଳଚକ୍ର ଉଡେ ପାପୀ ବିନାଶନେ
ପ୍ରମାତ୍ମ ପରମବ୍ରହ୍ମ।
ଦିଅଜ୍ଞାନ ପ୍ରଭୁ ଅଜ୍ଞାନୀ ବଦନେ
ଗାଉଥିବି ନାମତୋର,
ଗାଇଗାଇ ଯାଉ ଏପ୍ରାଣଟି ମୋର
ଜଗନ୍ନାଥ ଦୟା କର।
ନାମ ଜଗନ୍ନାଥ ଗୁଞ୍ଜୁ ହୃଦୟରେ
ଅନାଦି ଅନନ୍ତ ତୁହି,
ଦିଅଜ୍ଞାନ ଭରି ମନ ଓ ମସ୍ତିଷ୍କେ
ରଚିବି କବିତା ମୁହିଁ।
ତହବିନୁ ଗତି ନାହିଁରେ କାଳିଆ
କଳାଭରି ଦିଅମୋତେ,
ସେହୁକଳା ହେଉ କବିତାମୋହରି
ନାମଗାଉ ଥିବିନିତ୍ୟେ।
