ଜଗନ୍ନାଥ ଧାମେ ଜଗତ ଈଶ୍ୱର
ଜଗନ୍ନାଥ ଧାମେ ଜଗତ ଈଶ୍ୱର
ଜଗନ୍ନାଥ ଧାମେ ଜଗତ ଈଶ୍ୱର
ନାହିଁ ପାତର ଅନ୍ତର.
ତୋ ଜୀବନ ସଙ୍ଗେ ମୋ ଜୀବନ ବନ୍ଧା
ଭକତି ଡୋରିରେ ତୋର. l1l
ଶ୍ରୀକ୍ଷେତ୍ରେ ଶୋଭିତ ଶ୍ରୀ ମନ୍ଦିର ତୋର
ମୋ ପାଇଁ କୁଡ଼ିଆ ଘର.
ଷାଠିଏ ପଉଟି ଅନ୍ନ ତୋର ପାଇଁ
ମୋ ପାଇଁ ମାଣେ ଚାଉଳ
ସୁନା ରୁପା କୂଅ ତୋର ସ୍ନାନ ପାଇଁ
ମୋ ପାଇଁ ଝରଣା ଜଳ. l2l
ତୋର ହୃଦ ଖୋଲା ଭକତ ପାଇଁକି
ତୋ ପାଇଁ ମୋ ହୃଦ ଖୋଲା
ପଣ୍ଡା ପଢିଆରି ତୋ ସାଥେ ଅଛନ୍ତି
ମୋ ସାଥେ ତୋ ନାମ ପରା
ତୋ ଘଟ ପାଇଁକି କୋଇଲି ବୈକୁଣ୍ଠ
ମୋ ପାଇଁକି ସ୍ୱର୍ଗଦ୍ୱାର. l3l