Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଜବାବ ଦିଅରେ ରକ୍ତ ଖେଳର

ଜବାବ ଦିଅରେ ରକ୍ତ ଖେଳର

1 min
344


ଜବାବ୍ ଦିଅ ରେ ରକ୍ତ ଖେଳର

***************************

ସିଂହର ଗୁମ୍ଫା ରେ ଶୃଗାଳ ଦେଖାଏ

ବୀର କରାମତି ତାର,

ଭାରତ ମାତାର ସୁଯୋଗ୍ୟସନ୍ତାନ

କାହିଁକି ଆଉ ବିଚାର.

ବୀର ପ୍ରସବିନୀ ବୋଲାଏ ଯା ଦେଶ

ଧର୍ମ ନିରପେକ୍ଷ ହୋଇ,

କେତେଦିନ ଆଉ ସହିବାକୁ ହେବ

ଶତୃ କୁ ଭରସା ଦେଇ.

ପୃଥିବୀ ଭିତରେ କଳଙ୍କ ସଦୃଶ

ପାକିସ୍ତାନ ବେଇମାନି,

ଆତଙ୍କବାଦୀଙ୍କୁ ନିୟୋଜିତ କରି

ସମର ନୀତି ମାନୁନି.

କୁଟନୀତି କରି ଚାଲିଛି ଧରା ରେ

କଣ୍ଟକ ସେ ଆତ୍ମଘାତୀ,

ସମ୍ମୁଖ ଯୁଦ୍ଧରେ ସାହସ ନାହିଁ ତା

କୁକୁର ପରିକା ବୁଦ୍ଧି.

ବୀର ପ୍ରସବିନୀ ଶିର ଲୋଭି ସିଏ

କାଟିଦିଅ ତାର ହାତ,

ପାପ ହେବନାହିଁ ଆମର ଜବାବ

ଆମ ପାଖେ ଜଗନ୍ନାଥ.

ଶାନ୍ତି ଶାନ୍ତି କହି ଲାଭ ନାହିଁ ଆଉ

ବୋହୁଛି ରକତ ନଈ,

ରକ୍ତର ଜବାବ ରକ୍ତରେ ଦିଅ ରେ

ବୀରଭୂମି ସୁତ ତୁହି.

ଫେରି ଆସ ଥରେ ଉଦ୍ଦାମ, ଭଗତ

ସୁଭାଷଚନ୍ଦ୍ର ମୋ ବୀର,

ଦେଖୁ ସେ କୁକୁର ପାକିସ୍ତାନ ଭୂମି

ଭୂଗୋଳରୁ ହେଉ ଦୁର.

ଜବାବ ଦିଅ ରେ କମାଣ ମୁନରେ

କରିଥିବା ହୀନ କର୍ମେ,

ବୀର ପ୍ରସବିନୀ ଭାରତ ସନ୍ତାନ

ଜାଣନ୍ତୁ ଜଗତ ଜନେ.

ନ ବଢ଼ାଉ ହାତ ପାକିସ୍ତାନୀ ଦୈତ୍ୟ

କାଟି ଫିଙ୍ଗି ଦିଅ ଭୂଜ,

ଜାତିସଂଘ ବାର୍ତ୍ତା ନ ମାନି ସେ କଥା

ଶାନ୍ତି ଚୁକ୍ତି ମନୁ ତେଜ.

ଶିଖୁରେ ସବକ ପାକିସ୍ତାନୀ ପୋକ

ହେଳା ତେଜି ଜାଳିଦିଅ,

ସନ୍ତ୍ରାସବାଦର ମୁଳ ଉପାଡ଼ିଣ

ଉଚ୍ଚିତ ଜବାବ ଦିଅ.

*************************

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129


Rate this content
Log in