Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Others

3  

DILIP KUMAR SAHOO

Others

ଜୈବ ବିବିଧତା ଓ ମୋ ଓଡ଼ିଶା

ଜୈବ ବିବିଧତା ଓ ମୋ ଓଡ଼ିଶା

1 min
200


ନୀଳ ସାଗର ଲହରୀ ଯାଏ 

କୂଳକୁ ଯାର ଛୁଇଁ 

ସୂରୁଜ ବୁଣେ ସୁନା ମୁରୁଜ

ଆଶାର ଗୀତ ଗାଇ

ଭାରି ସୁନ୍ଦର ଜନନୀ ମୋର

ମୋ' ଓଡ଼ିଶା ଭୂଇଁ.....


ଆକାଶ ଛୁଆଁ ଦେଓମାଳିରେ

ପବନ ଗାଏ ଗୀତ

ଢେଉଢେଉକା ପରବତରେ

ହସେ ପୂରୁବ ଘାଟ

ବଣ ଜଙ୍ଗଲ ବଣ ଝରଣା

ପାହାଡି ନଈ ବହେ

ଚିର ହରିତ ସବୁଜ ବନ

କାହାଣୀ କେତେ କହେ

ମନକୁ ମୋହେ ଜଳ ପ୍ରପାତ

କେତେଯେ ହ୍ରଦ ନଈ

ମୋ ଓଡ଼ିଶା ଭୂଇଁ.....


ଲୁଣା ଜଙ୍ଗଲ ହେନ୍ତାଳ ବଣ

ଆର୍ଦ୍ର ପର୍ଣ୍ଣମୋଚୀ

ଶୁଷ୍କ ଭୂମିରେ ମାଖଇ ରଙ୍ଗ

ସବୁଜ ତୃଣଭୂମି 

ବ୍ରାୟୋଫାଇଟ୍ କାନ୍ଥବାଡରେ

ଚଦର ଦିଏ ଢାଙ୍କି

ଭୂତାଣୁ ଆଉ ଶୈବାଳ ଫର୍ଣ୍ଣ୍ 

ଅବୁଝା ଛବି ଆଙ୍କି

ଜୈବ ବିବିଧତାରେ ମାଟି

ହସୁଛି ବେଶ ହୋଇ

ମୋ ଓଡ଼ିଶା ଭୂଇଁ.....


ଜାତିଜାତିକା ପଶୁପକ୍ଷୀଙ୍କୁ

ଧରିଛି ମାଆ କୋଳେ

ଅଛି ଖଣିଜ ସମ୍ପଦ ଭରା

ଆମରି ମାଟି ତଳେ

ଧାନ ମାଣ୍ଡିଆ ଝୋଟ କୋଳଥ

ପନିପରିବା ଫଳ

ଗୋରୁ ପାଳନ ଚାଷ ବାସତ

ଚାଷୀଙ୍କୁ ଦିଏ ବଳ। 

କ୍ଷେତ ଖମାର ଭରା ଆମର 

ମାଆ ଲକ୍ଷ୍ମୀଙ୍କ ପାଇଁ 

ମୋ ଓଡ଼ିଶା ଭୂଇଁ....


ବାଘ ହାତୀଙ୍କ ଚରା ଭୂଇଁ ତ 

ଏଇ ରାଇଜ ଆମ

ପକ୍ଷୀମାନଙ୍କ କଳରବରେ

ହସେ ଦୁନିଆ ଆମ

ମଙ୍ଗଳା ଯୋଡ଼ି ଚିଲିକା ସର

ଅଂଶୁପା ଜଳ ରାଶି 

ପ୍ରାଣୀ ଉଦ୍ଭିଦ ଜୀବନ ଛନ୍ଦ

ସଫନ ଯାଏ ନେସି

ସୁନା ଫସଲେ ହସଇ କ୍ଷେତ

ନାଚଇ ଚାଷୀ ଭାଇ

ମୋ ଓଡ଼ିଶା ଭୂଇଁ....


ପୂର୍ବ ଦିଗରୁ ପଶ୍ଚିମ ଦିଗ

ଉତ୍ତରରୁ ଦକ୍ଷିଣ

ଜଗନ୍ନାଥଙ୍କ କୃପାବିନ୍ଦୁର 

ହୁଅଇ ବିଛ୍ଛୁରଣ 

ଖାଦ୍ୟ ଇନ୍ଧନ ଔଷଧ ସବୁ

ଆମରି ହିତ ପାଇଁ

ପ୍ରକୃତି ସତେ ବୁକୁରେ ତାର

ରଖିଚି ଆମ ପାଇଁ

ମେଲିଛି ରାହା ସୁସ୍ଥ ଜୀବନ

ଆମ ଜୀବିକା ପାଇଁ

ମୋ ଓଡ଼ିଶା ଭୂଇଁ....



Rate this content
Log in