ଜାତୀୟ ପତାକା ତ୍ରିରଙ୍ଗା
ଜାତୀୟ ପତାକା ତ୍ରିରଙ୍ଗା
ତିନି ରଙ୍ଗ ଭରା ତ୍ରିରଙ୍ଗା
ମଝିରେ ଅଶୋକ ଚକ୍ର
ସବାତଳେ ଥିବା ସବୁଜ
ସମୃଦ୍ଧି ର ପ୍ରତୀକ ଦେଖାଏ
ମଝି ଧଳା ଶାନ୍ତି ଓ ସରଲତା
ହୃଦୟେ ବଖାଣି ଥାଏ
ଉପର ଧଳା ତ୍ୟାଗ ବଳିଦାନ
ପ୍ରତୀକ ଅଟଇ ସିଏ
ଅଶୋକ ଚକ୍ର ସତ୍ୟ ଓ ଅହିଂସା
ପରିମାପକ ଟିଏ
ସବୁର ମିଶ୍ରଣେ ତ୍ରିରଙ୍ଗା ଆମର
ଶାନ୍ତି ପ୍ରୀତି ମୈତ୍ରୀ ବାର୍ତ୍ତା ଦିଏ
ଜାତୀୟ ପତାକା ତଳେ ନେବାକୁ
ଶପଥ ରେ ସବୁ ଭାଇ ଭଉଣୀ ଗାଏ
ସାରେ ଜାହାଁ ସେ ଆଚ୍ଛା
ହିନ୍ଦୁସ୍ତାନ ହମାରା କହେ
ବନ୍ଦେ ଉତ୍କଳ ଜନନୀ
ତ୍ରିରଙ୍ଗା ଧ୍ଵନି ଦିଏ
ଜୟ ଯବାନ ଜୟ କିଷାନ
ତ୍ରିରଙ୍ଗା ତଳେ କିଏ ନକୁହେ
ଗାନ୍ଧୀ, ଶାସ୍ତ୍ରୀ, ଲକ୍ଷଣ ନାୟକ ଜୟ
ଧ୍ବନିରେ ପ୍ରକମ୍ପିତ ହୁଏ
ହିରକ୍ ଜୟନ୍ତୀ ଏ ସନ
ଅମୃତ ମହୋତ୍ସବ ପାଳନ ହୁଏ ।