Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mamatanjali Patra

Others

3  

mamatanjali Patra

Others

ଜାଗ୍ରତ ହୁଅ ଓଡ଼ିଆ

ଜାଗ୍ରତ ହୁଅ ଓଡ଼ିଆ

1 min
1.1K


ଉଠ ଉଠ ତୁମେ ଜାଗ୍ରତ ହୁଅ

ଓଡ଼ିଆ ଜାତିର ବୀରସନ୍ତାନ ଗଣ।

ଶୁଣିକି ନପାରଇ ମୋର ଡାକ ଆଜି

ପଡ଼ିଛି ଆଜି ଘୋର ବିପଦରେ

 ମାଆ ଯେ ତୁମର।

ଧର୍ମ ଯେ ଆଜି ନଷ୍ଟ ହେଉଛି

ଭଷ୍ଟ୍ରାଚାରିଙ୍କ କବଳରେ

ରକ୍ଷା ରକ୍ଷା ଏ ଜାତିର ସନ୍ତାନ

ନ ଡାକିଲେ ଥରେ।

ଶାନ୍ତି ମୈତ୍ରୀ ପୂର୍ଣ୍ଣ ଯେ ଖାଲି ଶକ

ହିଂସା , ହତ୍ୟାକାଣ୍ଡ ବଢିଯେ ଚାଲିଛି

ମାନବ ଏଠି ହୁଏ ପାଷାଣ

ଶୋଷିତ ଲାଞ୍ଚିତ ହେଉଛନ୍ତି 

ଏଠି କେତେ ଲୋକ।

ନାରୀ ଏଠି ଆଜି ନୁହେଁ ସୁରକ୍ଷିତ

ରାକ୍ଷସଙ୍କ କବଳରୁ ହୁଅନ୍ତି ଶୋଷିଣ

କେତେ ଏଠି ଦେଉଛନ୍ତି ଜୀବନ ଆହୁତି।

ବାଟ ଚାଲିବାକୁ ଲାଗୁଛି ଆଜି ଡର

ପ୍ରତି ସମୟରେ ଲାଗେ ଖଣ୍ଡାରଧାର।

ଅମୃତରେ ଏଠି ବିଷ ମିଶୁଛି

ଆଖି ବୁଜି ତାକୁ ଯାଉଛନ୍ତି ପିଇ

ପ୍ରତିବାଦ କରିବାକୁ କେହି ତ ନାହିଁ।

କେତେ ଦିନ ତୁମେ ଉଦାସ ରହିବ

ମାଆକୁ କରି କ୍ରନ୍ଦନ

ମାଆଠାରୁ ତୁମେ ମିଗିନିଅ ଭିକ

ସେ ଭିକ୍ଷାକୁ କାର୍ଯ୍ୟରେ ଲଗାଅ।

ମାଆର ସେବାରେ ସହାୟକ ହୁଅ

ଜୀବନ ହେବ ତୁମର ଧନ୍ୟ।



Rate this content
Log in