ଜାଗ ଜାଗ ନାରୀ
ଜାଗ ଜାଗ ନାରୀ


ଶୁଭ ଶଙ୍ଖ ଭେରୀ ସହ ବିଜୟର ତୂରୀ
ବାଜିଉଠୁ ଅହରହ ଧରା ଯାଉ ଥରି।
ଜାଗ ଜାଗ ନାରୀ ତୁମେ
ଜାଗ ଜାଗ ନାରୀ ।
ଜାଗ ଜାଗ ନାରୀ ତୁମେ
ଜାଗ ଜାଗ ନାରୀ ।
ତେଜ ତେଜ ଏହିକ୍ଷଣି ଦୁର୍ବଳତା ଭୟ
ତୁମ ଆତ୍ମବଳ ଦେଉ ତୁମକୁ ଅଭୟ ।
ତୁମେ ଶୋଇଅଛ ବୋଲି ସଂସାର ଅଥୟ ,
ନାରୀର ଉଦରୁ ପରା ଜୀବନ ଉଦୟ !
ତୁମ୍ଭ ଶୁଦ୍ଧ ସଂସ୍କାରରେ ପ୍ରାଣ ଦିଅ ଭରି
ଚେଇଁଉଠୁ ଅନ୍ତରାତ୍ମା ଦୁଃଖ ଯାଉ ସରି ।
ଜାଗ ଜାଗ ନାରୀ ତୁମେ
ଜାଗ ଜାଗ ନାରୀ।
ଜାଗ ଜାଗ ନାରୀ ତୁମେ
ଜାଗ ଜାଗ ନାରୀ।
ଶକ୍ତି ଶାନ୍ତି ନୀତି କାନ୍ତି ପ୍ରୀତି ପୁଞ୍ଜି କରି
ଆତ୍ମ ସଂଯମରେ ଆତ୍ମ-ମର୍ଯାଦାକୁ ଧରି
ଜ୍ଞାନ ଦୃଢତା ସହିତ ଶୃଙ୍ଖଳାକୁ ଗୋଳି
ଚରେଇବେତି ମଶାଲକୁ ନିର୍ଭୟରେ ଜାଳି।
ସଂସ୍କାରର ଶୃଙ୍ଖଳକୁ ଶକତରେ ଭିଡି ,
ବଳାତ୍କାର, ବ୍ୟଭିଚାର ଅରି ନାଶ କରି ।
ଜାଗ ଜାଗ ନାରୀ ତୁମେ
ଜାଗ ଜାଗ ନାରୀ ।
ଜାଗ ଜାଗ ନାରୀ ତୁମେ
ଜାଗ ଜାଗ ନାରୀ ।