ଇଛାମତୀର ଗତି ,,,,,,,,,,,,,,,,,,,,,,,,
ଇଛାମତୀର ଗତି ,,,,,,,,,,,,,,,,,,,,,,,,


ଆଖିମୁଜି ଦେଇ କିଏବା ଦେଖିଛି
କେମିତି ଦିଶଇ ଜହ୍ନ
କୂଳେ ଠିଆ ହୋଇ ସାଗର ତଟରେ
ମାପିଛି କିଏ ସୁନେଲି ସ୍ବପ୍ନ
ମନ ନାହିଁ ଯାର ସେ କାହୁଁ ବୁଝିବ
ଆଉ ଜଣଙ୍କର ମନ
ନିଜର ମନକୁ ନିଜେ ବୁଝେଇବା
ସବୁଠୁ କଠିନ କାମ
ଭାରି ଅବୁଝା ଏ ମନ ବେଗମତୀ ଜହ୍ନ
ଗତି ତା ଭିର୍ନ୍ନ ଅଭିର୍ନ୍ନ
ଗଛଟିଏ ହୋଇ ଫଳ ଦିଏ ନାହିଁ
କେମିତିକା କାକଟସ ଵା ଫର୍ଣ୍ଣ
ଭାରି ଅବୁଝା ସେ ନୀଳ ଜହ୍ନ
ମନ ଦେଇ ଯାରେ ଲାଭ ନାହିଁ ତାରେ
କାହିଁକି ରଖିବା ବକ୍ଷରେ ପ୍ରେମ ଚିହ୍ନ
ଭାରି ଅବୁଝା ଏ ଜହ୍ନ
ନୀଳକଇଁ ପ୍ରେମ ଅଢେଇ ଦିନିଆଁ
ମେଘ ସଵାରୀରେ ତାରା ଚଉକାରେ
ଉଛୁଳେ ଧନ ଜନ ମାନ ସମ୍ମାନ
କେମିତି ବୁଝିବ ଏ ଅମାନିଆଁ ମନ
ଅଳପ ଗଳପ ଭିତରେ ଆଜିକାଲି
ସାତସପନ ଏ ସ୍ବପ୍ନ
ହେଉ ନୀଳକଇଁ ମନ ଅବା ଅମାବାସ୍ୟା ଜହ୍ନ
ବେଦରଦୀ ଅବିଗୁଣେ ଫୁଙ୍ଗୁଳା କାନ
ମିଛ ସପନ ପ୍ରଜାପତି ମନ
ଲୁଚିଯାଏ ପ୍ରିୟା ଇଛାମତୀ ନଈ କୂଳେ
ଛାଇ ହୋଇ ଥାଇ ଅଵଗୁଣ୍ଠନ