STORYMIRROR

Madhu Mita

Inspirational

3  

Madhu Mita

Inspirational

ଇଚ୍ଛା

ଇଚ୍ଛା

1 min
212


ଇଚ୍ଛା ତ ଇଚ୍ଛା ହେଇଥାଏ

ହେଲେ କାହିଁକି ଏମିତି ଇଚ୍ଛା ହେଇଥାଏ?

ମରିବା ଆଗରୁ ଟିକେ ବଞ୍ଚିବାର ଇଚ୍ଛା

କିମ୍ବା ଦି ମୁଠା ଭାତରୁ ସୁନା ପଲଙ୍କରେ ଶୋଇବା ଇଚ୍ଛା!!


ମାଟି ଉପରେ ଥାଇ ଆକାଶ ଛୁଇଁବା ଇଚ୍ଛା

କିମ୍ବା ଗରମ ଦି ପହରରେ ଥଣ୍ଡା ପାନୀୟ ଇଚ୍ଛା

ଇଚ୍ଛା କଣ କେବଳ ସମାପ୍ତି ଆଗରୁ ପୂର୍ଣ୍ଣ ହୁଏ?

ତେଣୁ ଏହା କଣ ଅସରନ୍ତି ଏକ ଯାତ୍ରା ହୋଇ ରହିଯାଏ?


ସେଇଥିପାଇଁ ବୋଧେ ମଲା ଆଗରୁ ଗଙ୍ଗା ଜଳ ମିଳେ

ଗଙ୍ଗା ସ୍ନାନ କିନ୍ତୁ ହୁଏନା ବଞ୍ଚିଥିବା ବେଳେ!!

ମନ ଅଦ୍ଭୁତ ଇଚ୍ଛାକୁ ଘର କରି ଦେଇଥାଏ

ନା ସତରେ ଅଦ୍ଭୁତ ଇଚ୍ଛା ମନରେ ଘର କରି ଦେଇଥାଏ?


ସେ ଯାହା ବି ହେଉ ଏହି ଇଚ୍ଛା ସତରେ ଭାରି ଇଚ୍ଛୁକ ବିଷୟଟିଏ

ଆଦି ଶୂନ୍ୟ ଯାହାର ଅନ୍ତ୍ ମଧ୍ୟ ପାଇ ପାରେନା କେବେ ବି କିଏ!!



Rate this content
Log in

Similar oriya poem from Inspirational