Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Others

3  

Trushna Das

Others

ଇଚ୍ଛା ହେଉଛି ମୋତେ

ଇଚ୍ଛା ହେଉଛି ମୋତେ

1 min
157


ଇଚ୍ଛା ହେଉଛି ମୋତେ 

  କାଶ ହୋଇ ଥାଆନ୍ତି କି ମୁଁ ପୁଷ୍ପଟିଏ

ପ୍ରଭୁଙ୍କ ଗଳାରେ ମିଳି ଥାଆନ୍ତା ସ୍ଥାନଟିଏ

  ମିଳି ଯାଇଥାନ୍ତା ଜୀବନର ସବୁଠାରୁ ବଡ ମାନ ସମ୍ମାନ ମୋତେ।।


ଇଚ୍ଛା ହେଉଛି ମୋତେ 

  କାଶ ହୋଇ ଥାଆନ୍ତି ନଦୀଟିଏ

ଝରଝର ହୋଇ ଗୀତ ଗାଇ ଯାଇଥାଆନ୍ତି ବହି

  ମେଣ୍ଟାଇ ପାରି ଥାନ୍ତି ସାରା ଜଗତର ତୃଷ୍ଣା ଯେ ମୁହିଁ।। 


ଇଚ୍ଛା ହେଉଛି ମୋତେ 

  କାଶ ହୋଇ ଥାଆନ୍ତି କି ବିହଙ୍ଗଟିଏ

ମୁକ୍ତ ଆକାଶେ ଡେଣା ମେଲାଇ 

  ଉଡି ଯାଇ ଥାଆନ୍ତି ପ୍ରାନ୍ତକୁ ପ୍ରାନ୍ତ ସବୁ ଦେଶ ବିଦେଶ।। 


ଇଚ୍ଛା ହେଉଛି ମୋତେ 

  କାଶ ହୋଇ ଥାଆନ୍ତି କି ତାରାଟିଏ

ଦୂର ଆକାଶରୁ ଚିକମିକ୍ କରି ଜଳୁ ଥାଆନ୍ତି ଯେ 

  ସମସ୍ତେ ଆଗ୍ରହର ସହ ଥାଆନ୍ତେ ମୋତେ 


ଇଚ୍ଛା ହେଉଛି ମୋତେ 

  କାଶ ମୁଁ ହୋଇଥାଆନ୍ତି ବୃକ୍ଷଟିଏ

ମୋ ଶରୀରର ପ୍ରତ୍ୟେକ ଅଙ୍ଗ ଆସି ଥାଆନ୍ତା ସମସ୍ତଙ୍କ ଉପକାରରେ

  ମୋତେ କାଟି ଦେଲେ ମଧ୍ୟ ମୋ ମନେ ନ ଥାଆନ୍ତା ଦୁଃଖ ତିଳେ ହେଲେ।। 


ଇଚ୍ଛା ତ ହୁଏ ଅନେକ କିଛି 

  ହେଲେ ଆମ ହାତରେ ନ ଥାଏ ସେ ସବୁକିଛି 

ପାଇଛୁ ମଣିଷ ଜନ୍ମ

  କରିବୁ ଭଲ କର୍ମ 

କାରଣ ମଣିଷ ଜନ୍ମ 

  ପରା ଭଗବାନଙ୍କ ଉପହାର।। 


ଜୀବନେ ଅନେକ ଝଡବାତ୍ୟା ଆସଇ

  ସେଥିରୁ ଆଗଇ ନୂତନ ସପନ ଇଚ୍ଛାକୁ ନେଇ 

ଆସକୁ ବଞ୍ଚିବାକୁ ପଡଇ

  ଏହା ହିଁ ତ ମଣିଷ ଜୀବନ ଅଟଇ।।

ହେଉଛି ମୋତେ 

  କାଶ ହୋଇ ଥାଆନ୍ତି ନଦୀଟିଏ

ଝରଝର ହୋଇ ଗୀତ ଗାଇ ଯାଇଥାଆନ୍ତି ବହି

  ମେଣ୍ଟାଇ ପାରି ଥାନ୍ତି ସାରା ଜଗତର ତୃଷ୍ଣା ଯେ ମୁହିଁ।। 





Rate this content
Log in