Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

4  

Binata Mohanta

Others

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

1 min
391


ରାଗ ଅଭିମାନ ମନରେ ବୋଳି

      କଥା କଥାକେ ଝଗଡ଼ା କଳି

କଥା ଆରମ୍ଭିଲେ ହୁଏ ଯୁକ୍ତିତର୍କ

      ପ୍ରଶ୍ନବାଚୀରେ ଆମ ହୁଗୁଳା ସମ୍ପର୍କ ।


ପ୍ରେମରେ ଉବୁଟୁବୁ ହେଉଥିଲୁ ଦୁହେଁ

      ଏବେ କାହା ମୁ‌ହଁ କେହି ନ ଚାହେଁ

ଅଟଳ ଆମେ ନିଜ ନିଜ ଜିଦ୍ ରେ

      ବିଶ୍ଳେଷଣ କରୁ ପରସ୍ପରକୁ ପ୍ରତି କଥାରେ ।


ପରିବାର ଜନ ବୁଝାଇ ଥକିଲେ

       କାହା କଥାର ହେଲା ନାହିଁ ଅସର

ଦୋଷାରୋପ ସହ ରାଗରୁଷା

       ଘଟଣା ହୋଇଲା ନିତିଦିନର ।


ସଭିଙ୍କ ଆଖିରେ ଧରା ପଡୁଥାଏ

       ଆମ ଦୁହିଁଙ୍କ ହୁଗୁଳା ସମ୍ପର୍କ 

ସଂସାର ଆରମ୍ଭ ହେବା ଆଗରୁ

       ଜୀବନ ହୋଇଲା ଆମ ନରକ ।


ଯଦି କୌଣସି ସମ୍ପର୍କରେ

       ପଡ଼ିଯାଏ ଥରେ ସନ୍ଦେହର ଫାଟ

ସମସ୍ତ ବନ୍ଧନ ହୁଏ ଆଲୋଡିତ

       ସୃଷ୍ଟି କରେ ସଭିଙ୍କ ମଧ୍ୟେ ବିଭ୍ରାଟ ।


ସମ୍ପର୍କ ହୁଗୁଳା ପଡିଲେ

       ହୃଦୟରେ ଭରେ କଷ୍ଟ ଓ ଯନ୍ତ୍ରଣା

ମନେ ଲାଗେ ଶକ୍ତ ଆଘାତ 

      ପ୍ରତି ସମ୍ପର୍କରେ ମନେ ଆସେ ଘୃଣା ।


Rate this content
Log in