ହଷ୍ଟେଲ ଜୀବନ
ହଷ୍ଟେଲ ଜୀବନ
ମା' ଲୋ ମାଆ, ମା' ଲୋ ମାଆ
ହାଇଦ୍ରାବାଦ୍ ମେସ୍ ଜୀବନ ହୀନିଛିନିଆ
ମଧ୍ୟାହ୍ନ ଭୋଜନେ ଖଟା ପୁଣି ପ୍ରୀତି ଭୋଜନେ ଖଟା
ଅଳପ ଅଳପ ତର୍କାରୀ ଦିଏ, ମେସ୍ ମେନେଜର ଚୁଣ୍ଠା
କେମିତି ମୁହିଁ ଖାଇବି କହହହ ମୋ ମାଆ ଲୋ
କେମିତି ମୁହିଁ ଖାଇବି କହ !
ଢ଼ିଲା ହେଲାଣି ମୋ ଜମାପଟା
ମା' ଲୋ ମାଆ, ମା' ଲୋ ମାଆ
ହାଇଦ୍ରାବାଦ୍ ମେସ୍ ଜୀବନ ହୀନିଛିନିଆ ।।
ଆରେ କରିଥିଲେ ମା' କରିଥାନ୍ତୁ
ଏଠାକାର ପ୍ରଫେସର,
ମୋଟା ଅଙ୍କର ଦରମା ସହ କ୍ୟାମ୍ପସ ରେ ଘର
ଯିବା ଆସିବା ପାଇଁ ପୁଣି ଲମ୍ୱା ଲମ୍ବା କାର
କାହା ଭାଗ୍ୟରେ ନାହିଁ ତେଣେ ଚାଳ କି ଛପର
ପାଠ ପାଇଁ ଚିନ୍ତା ଏଠି ଖାଇବା ପାଇଁ ଚିନ୍ତା
ଚାଲିଚାଲି ପୁଣି ଛିଣ୍ଡିଗଲାଣି ପାଦର ଯେ ଜୋତା
କେମିତି ଏଠି ରହିବି କହହହମୋ ମା' ଲୋ
କେମିତି ଏଠି ରହିବି କହହହ
ସବୁ ତ ଏଠି ଲଙ୍କା ଖଟା ଦିଆଆଆଆ
ମା' ଲୋ ମାଆ, ମା ଲୋ ମାଆ
ହାଇଦ୍ରାବାଦ୍ ମେସ୍ ଜୀବନ ହୀନିଛିନିଆ ।।
ଆରେ କରିଥିଲେ ମା' କରିଥାନ୍ତୁ
ଏଠାକାର ଅଫିସର,
ସୁଖ ଦୁଃଖ ମୋ ବୁଝୁଥାନ୍ତା କେନ୍ଦ୍ର ସରକାର
କରିଥିଲେ ମା' କରିଥାନ୍ତୁ
କିରାଣୀ କି ସୁଇପର
ନ ଥାଆନ୍ତା ଛଟେଇ ପୁଣି ବଦଳିର ଡର
ଦରମା ଟିକେ କମ୍ ହେଲେ ନ ଥାନ୍ତା ବି ଚିନ୍ତା
ଛୋଟ ଚାକିରୀ ବୋଲି ତାକୁ ମଣନ୍ତି ନାହିଁ ପିତା
ହସ ଖୁସିରେ ବଞ୍ଚୁଥାନ୍ତି, ମୋ ମା' ଲୋ
ହସ ଖୁସିରେ ବଞ୍ଚୁଥାନ୍ତି,
ଖଟା କୁ ଭାବି ଅତି ମିଠା
ମା' ଲୋ ମାଆ, ମା' ଲୋ ମାଆ
ହାଇଦ୍ରାବାଦ୍ ମେସ୍ ଜୀବନ ହୀନିଛିନିଆ ।।
କରିଥିଲେ ମା' କରିଥାନ୍ତୁ
ସ୍ତୁଡେଣ୍ଟ କ୍ୟାଣ୍ଟିନ୍ ମେନେଜର
ପିଲାମାନଙ୍କୁ ବିକୁଥାନ୍ତି
ବାସି- ତାଜା ଇଡିଲି, ଦୋଷା ସାମ୍ବର
କରିଥିଲେ ମା' କରିଥାନ୍ତୁ
ସାଇକେଲ ଦୋକାନୀ
ପିଲାଙ୍କୁ ଯେତେ ଲୁଟୁଥାନ୍ତି
ନୂଆ- ପୁରୁଣା ଯୋଗାଡ଼ରେ ଆଣି
ଆରେ ମେନେଜର ଦଗାଦିଆ, ସାଇକେଲ ଵାଲା ମିଛୁଆ
ଘରକୁ ପୁଣି ଯାଇ ହୁଏନା, ପଛେ ସେମିଷ୍ଟର ନିଆଁ
କେମିତି କହ ବଞ୍ଚିବି ମୁହିଁ ମୋ ମା' ଲୋ
କେମିତି କହ ବଞ୍ଚିବି ମୁହିଁ
ନିତି ହୁଅ ଯେ ହୀନିଛିନିଆ
ମା' ଲୋ ମାଆ, ମା' ଲୋ ମାଆ
ହାଇଦ୍ରାବାଦ୍ ମେସ୍ ଜୀବନ ହୀନିଛିନିଆ ।।