ହସ ତୁମ
ହସ ତୁମ
ହସ ତୁମ ବିଦ୍ୟୁତ୍ ସ୍ରୋତ
ଜୀବନଟା ବ୍ୟାଟେରୀ
ହସିଦେଲେ ରିଚାର୍ଜ ହୁଏ
ସେ ଜୀବନ ବ୍ୟାଟେରୀ ||
ସ୍ନେହ ପ୍ରେମ ଭକ୍ତି ଅଟେ
ଇଲେକ୍ଟ୍ରୋଲାଇଟ୍ ତା
ତୁମ ମନ ହୃଦ ଅଟଇ
ଇଲେକ୍ଟ୍ରୋଡ୍ ଜାଣିଥା' ||
ତୋର ଗୋଲାପି ଅଧର
ବାହର ପରିପଥ
ଯାହାଦେଇ ମଧୁ ହସ
ହୁଅଇ ପ୍ରବାହିତ ||
ହସ ତୁମ ବିଦ୍ୟୁତ୍ ସ୍ରୋତ
ଦୁନିଆଁକୁ ହସାଇ
ମନେ ପ୍ରାଣେ ପ୍ରୀତି ଭରେ
ପ୍ରେମେ ଦିଏ ଫସାଇ ||