Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Sambit Srikumar

Tragedy Inspirational


4.7  

Sambit Srikumar

Tragedy Inspirational


ହରିଲୁଟ୍

ହରିଲୁଟ୍

1 min 117 1 min 117


ଆଜି ଏଠି ଲୁଟିନେବା ପାଇଁ ଟାକି ବସିଛନ୍ତି ଶାଗୁଣା ଛଞ୍ଚାଣ

ତୁଣ୍ଡରେ ହରିନାମ ଜପି ଜପି ହାତରେ ମାଳି ଗଡ଼ାଉଛି ଭଣ୍ଡ

ସୁଯୋଗ ଜୁଟୁନି ବୋଲି ସିଏ ନିଜକୁ ବୋଲାଇ ହେଉଛି ସନ୍ଥ

ଭିତରେ ଭିତରେ ହାଃ ହତାଶାରେ କୋଡୁଛି ତାହାର ମୁଣ୍ଡ!!

ମହାବିପତ୍ତିରେ ମୁନାଫାର ସୁଯୋଗ ଉଣ୍ଡି ଲୁଟୁଛନ୍ତି ଭଦ୍ରଜନ

ମୌଳିକ ଖାଉଟି ସାମଗ୍ରୀ କଳାବଜାରୀ ଠୁଁ ଔଷଧ ଅମ୍ଳଜାନ

ଲମ୍ବିବାରେ ଲାଗିଛି ଏଇସବୁ ସେବା ଓ ଦ୍ରବ୍ଯର ତାଲିକା ଫର୍ଦ୍ଦ

ତଥାପି ପୁରିଲାନି ଉଦର ଯେ, ଲୁଟିବାରୁ ବାଦ ବି ପଡୁନି ଶବ!!

କିଏ ଏଇ ଭଦ୍ରମୁଖାଧାରୀ ବେଦରଦୀ ଅବିବେକୀ ଲୁଟେରା?

"କାନ୍ଦୁଥା ଯାହା ପାଉଛୁ ବାନ୍ଧୁଥା" ନୀତିକୁ କରିଛି ପାଥେୟ

ଆନକୁ ଲୁଟିକରି ତ ସ୍ବର୍ଗକୁ ନେବାର ନାହିଁ ବି ଏଠୁଁ କିଛି

ଅଢ଼େଇ ଦିନିଆ ଜୀବନରେ ଏକି ଜୀଇଁବାର ଅନ୍ତିମ ଉପାୟ??

ବିଚରା ଆକ୍ରାନ୍ତ ହେଉଛି ଆକ୍ତାମାକ୍ତା ଲୁଟେରାଙ୍କ ଦୌରାତ୍ମ୍ଯରେ

କଣ ବା ସିଏ କରିବ ପାରି ଏକେଲା ଜୀବନର ଏଇ ଲଢେଇରେ??


Rate this content
Log in

More oriya poem from Sambit Srikumar

Similar oriya poem from Tragedy