ହୃଦୟର ବନ୍ଧୁ
ହୃଦୟର ବନ୍ଧୁ
ହୃଦୟର ବନ୍ଧୁ ଆହେ ଜଗବନ୍ଧୁ
ବନ୍ଧୁ ପଣ ଶିଖାଇଛ
ଗରିବୀ କେବେ ବନ୍ଧୁ ପଣ ପ।ଖେ
ବାଧକ ହୋଇ ରହିଛି ।
ହୃଦୟର ବନ୍ଧୁ ବୁଝିପାରେ ସଦା
ମନ ତଳ ସବୁ କଥା
ତୁଣ୍ଡେ ନ କହିଲେ ମୁହଁ ଦେଖି ବୁଝେ
ଅକୁହା ବେଦନା ବ୍ୟଥା ।
ସୁଦାମାଙ୍କ ସଙ୍ଗେ ତୁମର ବନ୍ଧୁତ୍ୱ
ହୃଦୟର ବନ୍ଧୁ ସିଏ
ଅକୁହା କଥାରେ ଅସରନ୍ତି ଶଦ୍ଦ
ଲୁହରେ ସୂଚନା ଦିଏ ।
ହୃଦୟର ବନ୍ଧୁ ଦୁଃଖ ସମୟରେ
ସର୍ବଦା ପାଖରେ ଥାଏ
ଯେମିତି କେଶବ ପାଣ୍ଡଵଙ୍କ ସାଥେ
ପ୍ରତି ମୁହୂର୍ତ୍ତରେ ଥିଲେ ।
ହୃଦୟର ବନ୍ଧୁ ବନ୍ଧୁ ଭାବ ଜାଣି
ବ୍ୟଞ୍ଜନ ପରଶି ଦିଏ
ବନ୍ଧୁ ମହାନ୍ତିର କଥା ବା କାହାକୁ
ଅଗୋଚର ଅଛି ଭଲେ ।
ହୃଦୟର ବନ୍ଧୁ ବନ୍ଧୁର ଭାବରେ
ତଲ୍ଲୀନ ଯେ ହୋଇଯାଏ
ହୃଦୟ ର ବନ୍ଧୁ ମାର୍ଗ ବି ଦେଖାଏ
ତୁମ ଗୀତା ଜ୍ଞାନ କହେ ।
ହୃଦୟର ବନ୍ଧୁ କରୁଣା ସିନ୍ଧୁ ହେ
ତୁମ ଭଳି ବନ୍ଧୁ ଟିଏ
ସ୍ଵାର୍ଥ ତ୍ୟାଗ କରି ସମ୍ମାନ ଆଡେଇ
ରଥରେ ସାରଥୀ ହୁଏ ।
ହୃଦୟର ବନ୍ଧୁ ଜୀବନ ରଥକୁ
ସଦା ସୁ-ମାର୍ଗ ଦେଖାଏ
ଦେହ ନ ଥିଲେ ବି ବେହାତୀତ ହୋଇ
ଅନୁଭବ ଯେ ପରଶେ ।
ହୃଦୟର ବନ୍ଧୁ ତୁମେ ମୋ କେଶବ
ମୋ ସୁଖ ଦୁଃଖ ସମର୍ପେ
କହିବା ଆଗରୁ ବିପଦ ଭଞନ
ବିପଦ ଯେ ଟଳି ଯାଏ ।
ହୃଦୟର ବନ୍ଧୁ ହେ ଦୀନ ବାନ୍ଧବ
ବନ୍ଧୁ ହୋଇ ରହି ଥାଅ
ପ୍ରତି ମୁହୂର୍ତ୍ତରେ ମହାର୍ଘ ଭାବନା
ମନରେ ଜଗାଉ ଥାଅ ।