ହୃଦୟ କାନ୍ଦୁଛି
ହୃଦୟ କାନ୍ଦୁଛି
କଲମ ଅଛି,କାଳି ବି ଅଛି
ହେଲେ ହୃଦୟରେ ନାହିଁ ଶବ୍ଦ
ଯୁଆଡେ ଚାହିଁଲେ କରୁଣତା ଭିଡ
ବିଳାପ ର ଆର୍ତ୍ତନାଦ।
ଶିଶୁଟିଏ କାନ୍ଦେ କରୁଣ ସ୍ୱରରେ
ମାଆ କାନ୍ଦେ ମୁଣ୍ଡ କୋଡି
ସ୍ୱାମୀ କୁ ହରାଇ ସ୍ତ୍ରୀ ଟି କାନ୍ଦୁଛି
ଭୁତାଣୁ ଭୟରେ ପଡୋଶୀ ପକାଏ ତାଟିବାଡି।
ଅଦୃଶ୍ୟ ଭୟ ଟା ସତ୍ତାଏ ସଭିଙ୍କୁ
ଛାଡନ୍ତି ଜୀବନ ମୋହ
ସବୁ ପଢ଼ି ଶୁଣି ହୃଦୟ କାନ୍ଦୁଛି
ରୋକି ହେଉନାହିଁ କୋହ ।
ଲେଖିବାକୁ ଚାହିଁ ଲେଖିବି ପାରୁନି
କବିତା ଗୋଟିଏ ଧାଡି
କାଗଜ କଲମ ହାତରେ ଧରିଲେ
ସବୁ ଦୃଶ୍ୟ ଯାଏ ମନେ ପଡି ।
ଏପରି ସମୟେ କବିତା ଗୋ ତୁମେ
ମୋତେ ଛାଡି ଯାଅନାହିଁ ଏକାକରି
ମୋ ଲେଖନୀ ଆଗରେ ଉଭାହୁଅ ଆସି
ଲେଖିବି କବିତା ହୃଦୟ ଚିରି ।
ସଚେତନତା ର ବାର୍ତ୍ତା ମୁଁ ଲେଖିବି
ତୁମେ କଲେ ଅନୁକମ୍ପା
ଶବ୍ଦରେ ଶବ୍ଦକୁ ଯୋଡି ଚାଲୁଥିବି
ହୃଦୟେ ଥାଉ ମୋ ଯେତେ ବି ବ୍ୟଥା।