STORYMIRROR

SUKANTA KHANDA

Children

4  

SUKANTA KHANDA

Children

ହୋଲିରେ ହୋଲି

ହୋଲିରେ ହୋଲି

1 min
309



   ହୋଲିରେ ହୋଲି

ବରଷକେ ଥରେ ଆସିଛ ଚାଲି

ସ୍ବାଗତ କରୁଛୁ ହୃଦୟ ଖୋଲି

ଏ ଶୁଭ ଦିନକୁ ନ ଦେବୁ ଠେଲି

ଭାଇଚାରା ହେଉ ସଭିଙ୍କ ବୋଲି

     ରାଧାକୃଷ୍ଣଙ୍କୁ

ସମରପି ରଙ୍ଗ ଦେହ ମନକୁ।୧

   ହୋଲିରେ ହୋଲି

ଆଜିର ଦିନରେ ସମାନ ହେବା

କିଏ ବାପା ମାଆ ସବୁ ଭୁଲିବା

ଭାଇ ଭଉଣୀର ଦେହେ ବୋଳିବା

ଅଜା ଓ ନାତୁଣୀ ପରି ହୋଇବା

     ରାଧାକୃଷ୍ଣଙ୍କୁ

ସାକ୍ଷୀଟିଏ ତୁମେ ଭାଇଚାରାକୁ।୨

   ହୋଲିରେ ହୋଲି

ଆମ ଏ ହୃଦୟ ସ୍ବଚ୍ଛତା ଆଜି

ଭକତି ସେନେହେ ଯିବୁରେ ମଜ୍ଜି

ଆନନ

୍ଦେ ଏ ଆଖି ଯିବରେ ଭିଜି

ବରଷକେ ଥରେ ପାଇଛୁ ଖୋଜି

      ରାଧାକୃଷ୍ଣଙ୍କୁ

ସୁମରଣ କିନ୍ତୁ ନ ଯିବୁ ଭାଜି।୩

ଧରଣୀ ଧରମ ଏ ପୃଷ୍ଠା ହେବ

ମାନବଙ୍କ ସଦା ଦୁଃଖ ଘୂଞ୍ଚିବ

ଶିଶୁଠାରୁ ବୁଢା଼ ଯେତେକ ଜୀବ

ସଭିଙ୍କ ପୀରତି ମନରେ ଥିବ

      ରାଧାକୃଷ୍ଣଙ୍କୁ

ପୂଜାଥାଳି ଅର୍ଘ୍ଯ ଅରପି ଭାବ।୪

ରାଧାକୃଷ୍ଣ ତୁମେ ପ୍ରଣାମ ଘେନ

ତୁମ ବିନା କେହି ଯିବୁକି ଧ୍ଯାନ 

ଯେତେ ରଙ୍ଗରସ ତୁମରି ଦାନ

ତୁମେ ପରା ସଦା ଆମ ଜୀବନ

      ରାଧାକୃଷ୍ଣଙ୍କୁ

ଭୁଲ ପାଇଁ କ୍ଷମା ଦେବଟି ଜାଣ।୫

 


Rate this content
Log in

Similar oriya poem from Children