Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Pradhan

Fantasy Inspirational

4  

Puja Pradhan

Fantasy Inspirational

ହୋଲି

ହୋଲି

1 min
356


ଭଳିଭଳି ରଙ୍ଗ ପସରା ବସିଛି

  ନାଲି, ନେଳି, ସାଥେ କିଛି ନୂଆଁ ରଙ୍ଗ ନେଇ

 ସବୁ ଦୋକାନ ରେ ଚାଲେ ଠେଲା ପେଲା

   ରଙ୍ଗ ବିକା କିଣା ପାଇଁ

 ଆନନ୍ଦ ଉଲ୍ଲାସ ସଭିଁଙ୍କ ମନରେ

   ଚାଲିଛି କେତେ ପ୍ରସ୍ତୁତି

  କେତେ ରକମର ରଙ୍ଗରେ ହସିବ

   ଆମରି ମା ବାସୁମତୀ

  ଓଡ଼ିଆ ଘରରେ ବାରମାସେ ଆମ

    ତେର ପରବ ହୋଇଥାଏ

  କିଛି ନୂଆଁ କଥା କେତେ ନୂଆଁ ସ୍ମୃତି

   ଆମ ସଭିଙ୍କୁ ଶିଖାଇ ଥାଏ

  ରକମ ରକମ ଖାଇବା ଜିନିଷ

    ଘରେଘରେ ପ୍ରସ୍ତୁତ ହୁଏ

 ଗାଁରୁ ସହର ଯେଉଁଠି ଦେଖିବ

   ରଙ୍ଗମୟ ସବୁଆଡ଼ ଦିଶୁଥାଏ

 ମନ ମତାଣିଆ ଚଟପଟା ବ୍ୟଞ୍ଜନ

    ଖୁଆଖୋଇ ହେଉଥାନ୍ତି

  ଛାଡି ରାଗରୁଷା ମାନଅଭିମାନ

    ସବୁକଥା ଯାଇ ଭୂଲି

  ଏକାଠି ସଭିଏଁ ରଙ୍ଗ ଖେଳୁଥାନ୍ତି 

    ହସୁଛନ୍ତି ଖିଲିଖିଲି

  ଘର କୋଣେ ପଛେ ଯିଏ ଲୁଚିଥାଉ

    କଳେବଳେ ତାକୁ ଧରନ୍ତି

  ଯେତେ ମନାକଲେ କ୍ଷମା ମାଗିତାକୁ

    ମନଇଚ୍ଛା ରଙ୍ଗ ବୋଳନ୍ତି

  ସକାଳରୁ ସଞ୍ଜ ମନ ଭରି ସବୁ

    ରଙ୍ଗଖେଳରେ ଝୁମି ଚାଲିଛନ୍ତି

  ଗାଁ ନଈତୁଠ ପୋଖରୀ କୂଳରେ

    ଗାଧୁଆପାଧୁଆ କରି

  ରଙ୍ଗୀନ ପାଣିର ରଙ୍ଗରେ ଯେମିତି

    ତୁଠ ସବୁ ଯାଏ ଭରି

  ବରଷ କୁ ଥରେ ଆସିଛି ରେ ହୋଲି

    ରଙ୍ଗର ପସରା ନେଇ

  ସବୁକିଛି ଭୂଲି ମନଆନନ୍ଦ ରେ

    ଖେଳିବା ଏକାଠି ହୋଇ ।

    

     

  


Rate this content
Log in

Similar oriya poem from Fantasy