STORYMIRROR

Madhabi Patel

Children

3  

Madhabi Patel

Children

ହୋଲି

ହୋଲି

1 min
221



ହୋଲି ଆସିଛିରେ ହୋଲି ଆସିଛି

ପୃଥିବୀ ଅବୀର ରଙ୍ଗ ମାଖିଛି।

ଶିମୁଳିି ପଲାସ ଗିରେଲ ଧାତୁଙ୍ଗ

ଗୋଲାପି ନାଲିଆ ତନୁ ସାଜିଛି।

ନାନା ଫୁଲଙ୍କର ଅତର ମାଖି

ପରଭୃତ୍ୟକୁ ତା କରିଛି ସଖୀ ।

ମନ୍ଦ ମଳୟର ହିଲ୍ଲୋଳ ଧରି

ବଉଳ କଢିରେ ଦିଶେ ସୁମୁଖୀ।

ନିରେଖଇ ଗଗନର ମୁକୁରେ

ଭିଜା ଦେହତାର ରୋପ୍ୟ ଜ୍ୟୋତ୍ସ୍ନାରେ।

ଅଙ୍ଗ ମହକଇ ସୁରଭି ପାଇ

ବଉଳ ଅତର ମାଖିଛି ମହୀ।

ହର୍ଷ ଉଲ୍ଲାସରେ ବିଭୋର ହୋଇ

ହୋଲିର ପରବ ପାଳିବାପାଇଁ।

ହୋଲି ଆସିଛିରେ ହୋଲି ଆସିଛି

ରଙ୍ଗିନ ଫୁଲରେ ତନୁ ସାଜିଛି।



Rate this content
Log in

Similar oriya poem from Children