Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta None

Inspirational

2  

Abhakanta None

Inspirational

ହୋଲି ଗୀତ

ହୋଲି ଗୀତ

1 min
7.0K


ଛଳଛଳ ଜଲକେ ଭାଣ୍ଡ

ପାଣିରେ ମିଶିଛି ଅବିର ଗୁଣ୍ଡ

ହୋଲି ଖେଳିବାକୁ। ମଉଜ ନେବାକୁ

ସଖା ସଖୀ ସବୁ ହେଲେଣି ଋଣ୍ଢ -୦-

ନାନା ରଙ୍ଗ ଅବିର ଗୋଳି

ଧରନ୍ତି ଭରି ପିଚକାରୀ

ଏକୁ ଆରେକେ ମରାମରି

କେ' ଧାଏଁ ନାହିଁ ନାହିଁ କରି

ଗୋଡାଇ ରଙ୍ଗାନ୍ତି। ମଜା ଲୁଟୁଥାନ୍ତି

ଫଗୁ ରଙ୍ଗେ ରଙ୍ଗା ଗୋପର ଦାଣ୍ଡ -୧-

ସବୁଠାରୁ ଆଗରେ ଶ୍ୟାମ

ପଛରେ ସୁବଳ, ସୁଦାମ

ଫଗୁଖେଳ କି ମନୋରମ

କୃଷ୍ଣ ମାନସରୁ ଜନମ

ରାଗରୋଷ ଭୁଲି। ଖେଳୁଥାନ୍ତି ହୋଲି

ଫିକାପଡେ ସପ୍ତରଙ୍ଗୀ ମାର୍ତ୍ତଣ୍ଡ -2-


Rate this content
Log in