Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

4.5  

Anirudha Kund

Classics

ହଲାପଟା କେତେ କରିବ

ହଲାପଟା କେତେ କରିବ

1 min
171



ହଲାପଟା କେତେ କରିବ ତୁମେ ଗୋ

  ହଲାପଟା କେତେ କରିବ

ମନ ମାନୁ ନାହିଁ ତବ କି ମନୁଆ

  କେତେ ଆଉ ପରଖିବ॥୦॥


ଜଞାଳଟା ମୋର ଓଲାରି ଖାଉଛି

    ପୋଡା କପାଳର ଚାଳ

ଦୁଃଖ ଦରିଆରେ ଭାସୁଅଛି ମୁହିଁ

    ପାଉନାହିଁ ଥଳକୁଳ

ଶୁଣିଥିଲି ପରା ଲଗାଇଲେ ଭାବ

    ପାରି ହୋଇଯାଏ ଭବ॥୧॥


ହଟିଆ ପଣରେ ହଟ ହଟା ଆଉ

   କେତେଦିନ ହୋ କରିବ

 ମାରିଲେ ମାରିବ ତାରଲେ ତାରିବ

  ତବ ଇଛା ପୂର୍ଣ୍ଣ ହେବ

ଦୁଇ ହାତ ଟେକି ଦେଇଛି ତୁମକୁ

  ଲଗାଇ ତୁମଠି ଭାବ॥୧॥


Rate this content
Log in

Similar oriya poem from Classics