Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ହିନ୍ଦୁଧର୍ମ କେତେଦିନ

ହିନ୍ଦୁଧର୍ମ କେତେଦିନ

1 min
203


ଆଉ କେତେ ଦିନ ହିନ୍ଦୁ ଧର୍ମ ଜାଣ

ରହିବ ସାରା ସଂସାରେ

ଦେହ ହାଡ଼ ହୀନ ମନ ଯେ ଶ୍ମଶାନ 

ଧର୍ମ ପିଣ୍ଡ ଡ଼ୁବିବରେ ll


ଧର୍ମ ରୀତି ନୀତି ନାହିଁ ଏଠି ଯତି

ଯାଇଛି ଉଡି କର୍ପୁର

ଜ୍ଞାନ କର୍ମ ଭକ୍ତି ଅଶିକ୍ଷା ସଂସ୍କୃତି

ବଢ଼ୁ ଅଛି କୁସଂସ୍କାର ll


ନାହିଁ ଗୁରୁ କୁଳ ବେଦ ଯଜ୍ଞ ଜ୍ଞାନ

ଧର୍ମ ଶିକ୍ଷା ସଂକୁଚିତ

ଦର୍ଶନ ରହିତ ପ୍ରଥା ପ୍ରସାରିତ

ଅସତ୍ୟରେ କବଳିତ ll


ନାନା ପୂଜା ବ୍ରତ ଲିପ୍ତେ ଜଡ଼ ଭକ୍ତ

ଦେଖି ଶୁଣି ଅଭ୍ୟାସରେ

ମେଢ଼ ସାଜସଜ୍ଜା ଭୋଗ ଖାଦ୍ୟେ ମଜା

ଭସାଣୀ ରେ ନାଚିବାରେ ll


ଫେସନ ବଢୁଛି ସତ୍ୟ କାନ୍ଦୁଅଛି

ପଥ ପ୍ରଦର୍ଶକ ନାହିଁ

ଧର୍ମେ ସ୍ୱାଧୀନତା ସତ୍ୟ ଦିଗହରା

ବୁଝିବାକୁ ବେଳ କାହିଁ ll


ମୂର୍ତ୍ତି ମେଢ଼ ଡିଜେ ପ୍ରତିଯୋଗିତା ଯେ

ନୃତ୍ୟ ସଙ୍ଗେ ରସ ମଦ 

ଶିଶୁ ଦେଖି କହେ ଧର୍ମ ମାନେ ଡିଜେ

ଭସାଣୀର ଭୋଜି ଭାତ ll


ନାମ ସଂକୀର୍ତ୍ତନ ପ୍ରଭୁ ପ୍ରବଚନ

ବେଦ ପାଠ ହେଉନାହିଁ

ପାଲା ଉପାସନା ସାଧନା ପ୍ରାର୍ଥନା

କରିବାକୁ କେହି ନାହିଁ ll


ବାପା ମାତା ଆଗେ ପରିଜନ ସାଥେ

 ପୁତ୍ର ନାଚେ ମଦ ପିଇ 

ପୂଜା ବ୍ରତ ନାମେ ଦେବା ଦେବୀ ନାମେ

ଆଧୁନିକ ଗୀତ ଗାଇ ll


ଭାବନା ଧାରଣା ଧର୍ମ ବାଟବଣା

ନୀତି ଶିକ୍ଷା ଜମା ନାହିଁ

କିପରି ରହିବ ହିନ୍ଦୁତ୍ୱ ବଞ୍ଚିବ

ସଂସ୍କାର ଯେ ହେଉ ନାହିଁ ll


ମନ୍ଦିରରେ ପୂଜା ତପ ଉପାସନା

ସର୍ବଦା ଯେ ଗ୍ରହଣୀୟ

ବାଟରେ ଘାଟରେ ବଜାର ଦାଣ୍ଡରେ

ପୂଜା ସଦା ନିନ୍ଦନୀୟ ll



Rate this content
Log in

Similar oriya poem from Inspirational