ହହ୍ନ ଗୋ ତୁମେ
ହହ୍ନ ଗୋ ତୁମେ


ଜହ୍ନ ଗୋ ତୁମେ
କିସ ଲାଗି ମୋତେ
ଏତେ ନୀଳ ନୀଳ ଲାଗୁଛ,
ମୋ ଉପରେ ତୁମେ
ଅଭିମାନ କରି
ସତେ ହଳାହଳ ପିଇଛ??
ଅଭିସାରିକା ମୁଁ
ତୁମକୁ ଚାହିଁଣ
ଦିନସାରା ବସି ରହିଛି,
ତୁମରି ଆସିବା
ବାଟକୁ ଚାହିଁ ମୁଁ
ଚାତକିନୀ ସାଜି ବସିଛି॥
ହସି ହସି ତୁମେ
ନାଚି ନାଚି ଯାଅ
ନୀଳାକାଶ ପଥର ଧାରେ ,
ତୁମକୁ ଦେଖି ମୁଁ
ନିଜକୁ ଭୁଲିବି
ଲଭିବି ମୁଁ ସୁଖ ପସରା॥
ତାରାଗଣ ମେଳେ
ରୋଷଣୀ ରଚିଣ
ହସି ହସି ଭାସିଯାଅ ଗୋ,
ହାତଠାରି ମୋତେ
ଆଖି ଇସାରାରେ
ପ୍ରୀତିର ସନ୍ଦେଶ ଦିଅ ଗୋ ॥
ଢାଳିଦେଇ ତୁ
ମ
ପ୍ରୀତିର ଜୋଛନା
ସୁଶୀତଳ କର ମୋ ପ୍ରାଣ,
ଦୁଇ ହାତ ଧରି
ତୋଳିନିଅ ମୋତେ
ତୁମ ରାଇଜକୁ ମୋ ଧନ !!
ତୁମର ଛାତିରେ
ହଜିଯିବି ମୁହିଁ
ପାନକରି ପ୍ରୀତି ପୀୟୁଷ,
ତୁମରି ବାହୁର
ବନ୍ଧନରେ ବନ୍ଦୀ
ହୋଇ ସରିଯାଉ ଆୟୁଷ!!
ଆଙ୍କିଦିଅ ମୋର
କୋମଳ ଓଠରେ
ସରୁ ଦୁଇ ଗୋଟି ଚୁମ୍ବନ,
ମୋ ଶରୀରେ ରଚି
ପ୍ରୀତିର ପୁଲକ
ସୃଷ୍ଟି କରୁ ପ୍ରୀତି ପ୍ଳାବନ॥
ସାରା ରାତି ଆମ
ମଧୁରାତି ହେଉ
ଝରିଯାଉ ପ୍ରୀତି ଶ୍ରାବଣ,
ଚୂପିଚୂପି କଥା
ମୋ କାନରେ କହି
ଆଙ୍କୁଥାଅ ପ୍ରୀତି ଚୂମ୍ବନ ॥