STORYMIRROR

Panchanan Jena

Inspirational

4  

Panchanan Jena

Inspirational

ହେଉ ଅଭ୍ୟୁଦୟ

ହେଉ ଅଭ୍ୟୁଦୟ

1 min
0

କବିତା - ହେଉ ଅଭ୍ୟୁଦୟ
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୦୫-୨୦୨୬
++++++++++++++++
 ଆଶାଫୁଲ ସବୁ ଗଲେଣି ମଉଳି
ତଥାପି ଥକିନି ହାରିନି ଗଙ୍ଗଶିଉଳି
ବିତରି ସୁଗନ୍ଧ ଝୁଲୁଛି ପବନ ଦୋଳି
 ହେ ପ୍ରଭୁ ବନମାଳୀ
 କାହା ପଦ୍ମପାଣିରେ ପରଶି ହେବି ବାଉଳି
 କାହା ପାପୁଲି ମୁଠାରେ ଗେହ୍ଲେଇ ହେବି ସାଉଁଳି
ଭାବି ତ ପାରୁନି ଜୀବନଟା ହେଲା ଖସଡ଼ା ଶିଉଳି

 କର୍ମ-ଧର୍ମ ସବୁ ଚୁଲିଗାତକୁ ଗଲେଣି କାଭଳି
ତଥାପି ସାହସ ସାରିନି ପଞ୍ଚଭୂତରେ ଗଢ଼ା ବଉଳି
ଚଣ୍ଡାଶୋକ-ଧର୍ମାଶୋକ ଗାଥା ଆଜି ବି ଗାଉଛି ଧଉଳି
ହେ ପ୍ରଭୁ ଚନ୍ଦ୍ରମୌଳି
କାହା ଆଗେ କହିବି ଆଉ ଗୁମୁରି ଗୁହାରି
 କାହା ପାଶେ ଭଣିବି ଆଉ ବିଭୁ ଦଇତାରୀ
 ଶୁଖୁନି ଶ୍ରାବଣ ଆଖିରୁ ଲୁହଭିଜା ପୁଷ୍ପାଞ୍ଜଳୀ

 ଦୃଦୟ କନ୍ଦରେ କୋହ ଉଠିଲାଣି ଉଗାଳି
 ଲୁହ ନୁହଁ ଲହୁ ଝରିଲାଣି ଭାବନା ଅଣ୍ଡାଳି
ହେ ପ୍ରଭୁ କୌସ୍ତୁଭମାଳୀ
କାହା ପାଖେ ଆଉ ଆଣ୍ଠୁମାଡିବି ଭକ୍ତିରେ ଅଣ୍ଡାଳି
କାହା ଆଗେ ଆଉ ମୁଣ୍ଡ ପାତିବି ସ୍ତୁତିରେ ସନ୍ତୁଳି
ବିବେକ ଚିନ୍ତାକଳ୍ପ ଫେରେଇ ଦିଅ ଆଜ୍ଞାମାଳୀ

 ଅନ୍ତରେ ଭୋଗଇ ରୋଗ ଶୋକ କଷଣ ଝାଉଁଳି
ତଥାପି କଥା କଥାକେ ବାହାସ୍ଫୁଟ ପରିସ୍ଫୁଟ କଳି
ହେ ପ୍ରଭୁ ଦୟାମୟ
କାହା ସମୀପେ ଆଉ ବଜ୍ରାସନେ ନିମ୍ଳିତ ନୟନେ
କାହା ସାନିଧ୍ୟେ ଆଉ ମୌନାସନେ ସମାଧି ଆସନେ
 ବିଚାର ଶକ୍ତି ବିନୟ ଭକ୍ତି ଉଦୟ ହେଉ ତତକ୍ଷଣ
ନବାରୁଣ ପରି ଝଲମଲ ହେଉ ନବୋଦୟ ଜ୍ଞାନୋଦୟ

 ଜୀବନ ଅଛି ମାନେ ଫୁଟିବ ଆଶା- ନିରାଶାର ସେଫାଳି
 ସମୟ ଅଛି ମାନେ ଶୁଭିବ ସମ୍ପତ୍ତି- ବିପତ୍ତିର କରତାଳି
ହେ ପ୍ରଭୁ ବିଶ୍ଵହୃଦୟ
କାହା ଭରସାରେ ଦିନ କାଟିବି ମଗ୍ନେ ମଉନେ 
 କାହା ବାହୁଛାୟା ତଳେ ସାରିବି ବଳକା ଆୟୁଷ ଅଭିମାନେ
 ଜ୍ୟୋତ୍ସ୍ନା ବିହାର ପରି ବିଚାର ଶକ୍ତିର ହେଉ ଅଭ୍ୟୁଦୟ


Rate this content
Log in

Similar oriya poem from Inspirational