ହେ ସମୟ
ହେ ସମୟ
ହେ ସମୟ ତୁ କାହାର
ମଣିଷର ନା ପଶୁର
ଦେଶର ନା ରାଜ୍ୟର
ପିତାର ନା ପୁତ୍ରର
ମା'ର ନା ସନ୍ତାନ ର
ହେ ସମୟ କୁହ ତମେ କାହାର।।୧।।
ରୋଗୀର ନା ଡାକ୍ତରର
ରାସ୍ତାର ନା ପଥିକର
ଧନୀର ନା ଗରିବର
ଆଲୋକର ନା ଅନ୍ଧାରର
ଦିନର ନା ରାତ୍ରିର
କେଉଁଠି ତୋ ଘର ଦୁଆର
ଜବାବ ଦେବାକୁ ହେବ ଆଜି
ହେ ସମୟ ତୁ କାହାର ।।୨।।
ନିଜେ ଚାଲିଛୁ ନିଜ ବାଟରେ
କଣ୍ଟା ଭୁକୁନି ତୋ ପାଦରେ
କାହିଁକି କାନ୍ଦୁଛି ମୁଁ ଆଜି
ତୋ ଚଲା ବାଟରେ
ତୁ ଚାଲିଛୁ ଅବିରାମ ଗତିରେ
ମୁଁ ଘାଣ୍ଟି ହେଉଛି ତୋ ସ୍ରୋତରେ
କାହିଁକି କି ଦୋଷ କଲି ତୋଠାରେ
କେବେ ସରିବ ମୋ ସମୟ
ମୋତେ ତୁ କହ ଏଥର
ହେ ସମୟ କହ ତୁ କାହାର ।।୩।।
ତୋ ସ୍ରୋତରେ ଚାଲି ଚାଲି
ଯାଉଛି ଗଡି ମୋ ସମୟ
କଞ୍ଚାକୁ ନେଉଛୁ ତୁ ଯେ
ପାଚିଲାକୁ ରଖି ଦେଉଛୁ
ଗରିବକୁ ଗରିବ ଧନୀକୁ ଧନୀ
କିଏ କହେ ମୋର ସମୟ ନାହିଁ
ପୁଣି କାହାକୁ ସମୟ ବଳୁଛି
ନିକିତି ବସିଛୁ ଧରି କାହା ପାଇଁ
ପ୍ରେମିକ ପ୍ରେମିକା ଧଇଁସଇଁ ହୁଏ
ତୋ ପଛେ ପଛେ ଗୋଡାଇ ଯାଏ
ତୁ କରିଲୁନି କେବେ ହତାଦର
ହେ ସମୟ କହ ତୁ କାହାର ।।୪।।
ତୋ ସ୍ରୋତରେ ଭାସୁଛି ମୁଁ ଆଜି
କାହିଁକି ଅଭାବେ ରଖିଛୁ ମୋତ
ସମୟ ପାଉନି ଲେଖିବାକୁ କବିତାଟେ
ଭାବୁଛି ଅନେକ ଲେଖି ମୁଁ ପାରୁନି
କାହିଁକି କରୁଛୁ ମୋତ ତୁ ପର
ହେ ସମୟ କହ ତୁ କାହାର ।।୫।।
କବିତା ଅଟଇ ମୋ ଅତି ନିଜର
ଲେଖିବାକୁ ଇଛା ଅଛି ଯେ ମୋର
କାହିଁକି କରୁଛୁ ମୋତେ ତୁ ପର
ହେ ସମୟ କହ ତୁ କାହାର ।।୬।।