ହେ ପ୍ରକୃତି
ହେ ପ୍ରକୃତି
ହେ ପ୍ରକୃତି
ତୁ ସୁନ୍ଦର, ସର୍ବଂସହା
ଘାତକ ପ୍ରତିଘାତ ଭିତରେ ବି
ତୁ ବାନ୍ଧିରଖିଛୁ ସଭିଙ୍କୁ
ତୋର ସେହି ସ୍ନେହର
ପଣତ ତଳେ।
ତୁ ତ ଜନନୀ,ମମତାମୟୀ
ତୃଷାର୍ତ୍ତର ତୃଷ୍ଣା ନିବାରିବା ପାଇଁ
ମେଲି ଦେଇଛୁ ନଦୀ, ହ୍ରଦ,ସାଗର।
ତୁ ପୂଣ୍ଯଗର୍ଭା
ସାଇତି ରଖିଛୁ ରତ୍ନର ଭଣ୍ଡାର
ସଭିଙ୍କୁ କରିବାକୁ ଖୁସି
ବେଳେବେଳେ ବଳିପଡୁ
ସ୍ଵାର୍ଥର ଦାନବ ହସ୍ତରେ
ହସିହସି ମସିହାରୁ
କାଳର ଚାବୁକ ପ୍ରହାର ।
ହେଲେ ଆଜି କିମ୍ପା ଉତକ୍ଷିପ୍ତା
କରାଳ ବଦନେ ମାଡିଆସୁଛୁ
ଗ୍ରାମଗୁଡିକୁ ଏ ମେଦିନୀ
ବାତ୍ୟାର ରୂପ ନେଇ
ରଚିବାକୁ ତାଣ୍ଡବ
ରଣକ୍ଷେତ୍ର କରିଛୁ ପ୍ରସ୍ତୁତ
ଦଶଭୁଜା ରୂପ ଧରି
ପବନ, ବର୍ଷା, ଘଡଘଡି, ବିଜୁଳି କୁ
କରିଅଛୁ ଅସ୍ତ୍ର ।
ତୋ ଉଗ୍ର ରୂପରେ ଆଗେ
ଅସହାୟ ଏ ମଣିଷ ଜାତି
ବରଗାଁ ପତ୍ର ପରି
କରୁଅଛି ନିରନ୍ତର
ଶୁଣି ତୋର ଆଗମନର ବାର୍ତ୍ତା
ତିନି ଲୋକ ଭେଦି
ଥିବା ତୋ ନୟନୁ
ନିର୍ଗତ ହେଉଅଛି ଅଗ୍ନି
ସତେକି ନିମିଷକେ
ଗ୍ରାସିବ ପୃଥିବୀ ।
ହେ ଜନନୀ,
କ୍ଷାନ୍ତ ହୁଅ
ପୁଞ୍ଜିଭୂତ ଦୁଃଖକୁ
ଅଜାଡ଼ି ଦିଅନି
ଅଣ୍ଡା ମଣିଷ ଉପରେ
କଷ୍ଟ ଅର୍ଜିତ ଧନକୁ
କ୍ଷଣିକ ରେ କରୁନାହଁ ପଦାଘାତ
କେତେ ବା ସହିବ
ବନ୍ୟା, ବାତ୍ୟା ର ତାଣ୍ଡବ
ମେରୁଦଣ୍ଡ ପଡ଼ିଲାଣି ଲଇଁ
ବୋଝ ଉପରେ ଦିଅନାହିଁ
ଲଲିତା ବିଡାକୁ
ଶାନ୍ତ ହୋଇ ଫେରିଯାଅ
ଶାନ୍ତିରେ ମାରୁ ସେ ନିଶ୍ବାସ ।