ହେ ଫଗୁଣତୁମେ ଆସିଗଲା ପରେ
ହେ ଫଗୁଣତୁମେ ଆସିଗଲା ପରେ


ହେ ଫଗୁଣ ତୁମେ ଆସିଗଲାପରେ
ପ୍ରିୟା ହସେ ଖିଲି ଖିଲି
ବଉଳ ବାସରେ ବାସେ ଚତୁର୍ଦ୍ଦିଗ
ମଳୟ ଆସିଛି ବୁଲି||
ମଳୟ ପବନ ବହେ ଥିରି ଥିରି
ଆମ୍ରକୁଞ୍ଜରେ କୋଇଲି
ଆନନ୍ଦେ ବସନ୍ତ ସ୍ବାଗତ ସଙ୍ଗୀତ
ଗାଉଛି ହୃଦୟ ଖୋଲି ||
ଆସିଯିବ ଯେବେ କୃଷ୍ଣ ଚଦୁର୍ଦ୍ଦଶୀ
ରାତ୍ରୀ ସାରା ଉଜାଗର
ଶିବ ଶଙ୍କରଙ୍କୁ ଦୀପଟିଏ ଜାଳି
ଶୁଭ ମନାସିବ ମୋର||
ଆଣିବ ସାଙ୍ଗରେ ସବୁ ବର୍ଷ ପରି
ନାନା ରଙ୍ଗର ଅବିର
ମ
ୋ ପ୍ରିୟାର ଦେହେ ବୋଳି ଦେବି ମୁହିଁ
ହଟାଇ କରୋନା ଡର ||
ହେ ଫଗୁଣ ତୁମେ ସାଥେ ଆଣିଥିବ
ମୋ ପାଇଁ ଫଗୁ ଅବିର
ମୋ ପ୍ରିୟାର ଗାଲେ ବୋଳିଦେଇ ସିକ୍ତ
କରିବି ହୃଦୟ ତାର||
ହେ ଫଗୁଣ ତୁମେ ସାଥେ ଆଣିଥିବ
ରାଧାକୃଷ୍ଣଙ୍କ ମେଲଣ
ଆନନ୍ଦ ଲଭିବି ଭସାଇ ନିଜକୁ
ବିଭୁ ପ୍ରେମ ସ୍ରୋତେ ପୁଣ||
ହେ ଫଗୁଣ ତୁମେ ଚାଲିଯିବ ଆଣି
ଚଇତର ଚଇତାଳି
ମାଆ ମଙ୍ଗଳାଙ୍କ ଆଶିଷ ବରଷା
ଆମପରେ ଦେବ ଢାଳି ||