STORYMIRROR

Sudesna Swain

Inspirational

3  

Sudesna Swain

Inspirational

ହେ ମୋର କାଳିଆ ଠାକୁର

ହେ ମୋର କାଳିଆ ଠାକୁର

1 min
223



ଶୁଭ ସକାଳର ଶାନ୍ତ ଆକାଶରେ 

ପକ୍ଷୀ କାକଳିର ନିନାଦିତ ସ୍ୱରେ 

ପୁରିଉଠେ ଶୋଭା ବିମଣ୍ଡିତ ସୌନ୍ଦର୍ଯ୍ୟରେ 

ପ୍ରକୃତି ରାଣୀର 

ଲୀଳା ଖେଳରେ 

ମୋର ଆପଣାର କାଳିଆ ଠାକୁର 

ଦୁଃଖିନୀର ଅନ୍ନଦାତ୍ରା 

ମୋ କାଳିଆ ଠାକୁର 

ଜଗତର ନାଥ ତୁମେ ଆହେ ଜଗନ୍ନାଥ 

ସମସ୍ତଙ୍କୁ ଆପଣାର କରି 

ନିଜେ ହୁଅ ଅନାଥ 

ଦୁଖୀ ରଙ୍କି କରତୁମେ 

ଅନ୍ଧରଲଉଡ଼ି 

ଅନ୍ଧର ଦୁଇ ହସ୍ତର ଅଟ ଆଶା ବାଡ଼ି 

ମୋହ ମାୟା ଭରା ସଂସାରେ ଏଠି 

କେହି ନୁହେଁ କାହାର 

ତୁମେ ଅଟ ଜଗତର 

ପୃଥିବୀର ସୃଷ୍ଟି ସମ୍ଭାର 

କାହିଁ କେଉଁ ବରଷରୁ 

ଲୀଳା ଖେଳା ଆରମ୍ଭ ତୁମର 

ଜୀବ ଜଗତର ସୁଖ ପାଇଁ 

ସମସ୍ତ ଦ୍ରବ୍ୟ ଅର୍ପଣ କର 

ଧରିତ୍ରୀ ମାତାର ଧରା ବକ୍ଷରେ 

ଦୁବ ଠାରୁ ବଟ ଦ୍ରୁମ ସାଇତିଛ 

ସବୁ ଅସମ୍ଭବକୁ ସମ୍ଭବ କରିଛ 

ଜୀବ ଜଗତର ତୁମେ ହିତ ସାଧିଛ।



Rate this content
Log in

Similar oriya poem from Inspirational