ହେ ମନୋଜ
ହେ ମନୋଜ
ଓଡ଼ିଆ ଜାତିର ସାହିତ୍ୟ ଗଗନେ
ଥିଲ ତୁମେ ଧ୍ରୁବତାରା,
ତୁମପରି ପୁତ୍ର ପାଇ ମା ଉତ୍କଳ
ଗରବେ ଆନନ୍ଦ ଭରା।।
ଗଳ୍ପ, ଉପନ୍ୟାସ କରିଲ ରଚନା
ଭାଷାର ଉନ୍ନତି ପାଇଁ,
ଭାଷାର ସେବାରେ ଜୀବନ ତୁମର
ଦେଇଛ ସଦା ବିତାଇ।।
ପଦ୍ମଶ୍ରୀ ସହିତ ପଦ୍ମବିଭୂଷଣ
ଉପାଧିକୁ ଥିଲ ପାଇ
ଗର୍ବିତ କରିଛ ପ୍ରତି ଓଡ଼ିଆଙ୍କୁ
ସାରସ୍ୱତ ସୃଷ୍ଟି ଦେଇ।।
ଓଡ଼ିଆ ଇଂରାଜି ଭାଷାରେ ରଚନା
କରିବାରେ ପାରଙ୍ଗମ
ଆନ୍ତର୍ଜାତିୟ ସ୍ତରରେ ରଖିଛ
ଓଡ଼ିଶାର ତୁମେ ନାମ।।
ଲେଖାରେ ତୁମର ଗଭୀର ଦର୍ଶନ
ତା ସାଥେ ନିଆର ଶୈଳୀ
ପ୍ରଭୁ ଅରବିନ୍ଦ ଶ୍ରୀମାଙ୍କ ସେବାରେ
ଜୀବନ ଦେଇଛ ସାରି ।।
ଆଜି ସିନା ତୁମେ ପ୍ରାର୍ଥିବ ଜଗତୁ
ନେଇଛ ଚିର ବିଦାୟ
ଆଉ ଥରେ ତୁମେ ଫେରିବ ଉତ୍କଳେ
ନାହିଁ ଏଥିରେ ସନ୍ଦେହ ।।