Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Dani

Others

4.0  

Bijay Dani

Others

ହେ ମହାବାହୁ

ହେ ମହାବାହୁ

1 min
268


  

ଶ୍ରୀ ମନ୍ଦିରେ ଯାଇ ଶ୍ରୀ ଜଗନ୍ନାଥଙ୍କୁ

ମାଗିବି କି ଅବା ଆଉ

ହେ ମହାବାହୁ , ମାଗିବି କି ଅବା ଆଉ ...

ଭାବରେ ଡାକିଲେ ତୁମେ ଭାଵଗ୍ରାହୀ

ଅନ୍ତରେ ଡାକିଲେ ତୁମେ ଅନ୍ତର୍ଯ୍ୟାମୀ

ବାରେ ସଂସାରେ ତୁମ ଶ୍ରୀ ହସ୍ତ ଥାଉ,

ହେ ମହାବାହୁ , ମାଗିବି କି ଅବା ଆଉ ...

ସତ୍ୟର ସଂସ୍ଥାପନ ପାପୀର ନିଧନ

ଯୁଗେ ଯୁଗେ ତୁମ ଅବତାର,

କଳିର ପାଶରେ କବଳିତ ଜନ

ସୁଦୟା ବହି କରହେ ଉଦ୍ଧାର

ଏତିକି କୃପା ଯେ ହେଉ,

ହେ ମହାବାହୁ , ମାଗିବି କି ଅବା ଆଉ ...

ସତ୍ୟ ଧର୍ମ ମାର୍ଗେ ଵ୍ରତାଅ ସଭିଙ୍କୁ

ରାମ ରାଜ୍ୟ ଗଢ଼ି ଉଠୁ

ଜଣେ ଆରେକର ଦୁଃଖେ ଦୁଃଖୀ ହେଉ

ସୁଖ ଯେ ସଭିଙ୍କୁ ବାଣ୍ଟୁ,

ପ୍ରଭୁ ହେ ଏତିକି ସୁଦୟା ହେଉ,

ହେ ମହାବାହୁ , ମାଗିବି କି ଅବା ଆଉ ...

ଅଭାବେ ଯେ ଭାଵ ଅନାଥଙ୍କ ନାଥ

ପ୍ରଭୁ ତୁମେ ଜଗନ୍ନାଥ

ପତିତପାବନ ପାଈଁ ହେ ଉଦ୍ୟତ

ଅନ୍ଧାରେ ଦେଖାଅ ପଥ

ଏ ଅକିଞ୍ଚନ ଠି ବାରେ କୃପା ହେଉ

ତୁଣ୍ଡେ ତୁମ ଶ୍ରୀ ନାମ ଥାଉ ,

ହେ ମହାବାହୁ , ମାଗିବି କି ଅବା ଆଉ ...

ଶୟନେ ସପନେ ଦିବସାଵସାନେ

ଚକାଡ଼ୋଳା ଦିଶୁ ଥାଉ

ଛଡ଼ା ତୁଳସୀ ନିର୍ମାଲ୍ୟ ଟିକିଏ

ଏତିକି ମୋ ଭାଗ୍ୟେ ଥାଉ

ଜୀବ ଗଲା ବେଳେ ଏକା ତୁମ ନାମ

ମୁଖେ ମୋ ଉଚ୍ଚାର ହେଉ

ମହାବାହୁ ଦିଶୁଥାଉ,

ହେ ମହାବାହୁ , ମାଗିବି କି ଅବା ଆଉ ...।

         


Rate this content
Log in