ହେ ଗୁରୁ..
ହେ ଗୁରୁ..


ଶରଣ ପଞ୍ଜର ତୁମେ ନିରାକାର
ଆଶା ଆଲୋକ ମହୀତଳେ l
ଆହେ ସଦଗୁରୁ ତୁମେ ଜଗତଗୁରୁ
ଦିଅହେ ଶରଣ ଚରଣ ତଳେ l l
ତୁମ୍ଭେ ଅଟ ନାଥ ଜ୍ଞାନର ପ୍ରତୀକ
ଅଜ୍ଞାନ ତିମିରେ ଶୁଭ୍ର ଜ୍ୟୋତି l
ତୁମେ ପିତା ମାତା ସଖା ସହୋଦର
ପଦ୍ମପାଦେ ରହୁସଦା ମୋର ମତି l l
ଅତି ଲୋଭନୀୟ ତୁମ ରୂପକାନ୍ତି
ଅବଲୋକନେ ମନୁ ତୁଟେ ଭ୍ରାନ୍ତି l
କରୁଣା ଆଶିଷେ ଭବ ତରଙ୍ଗିଣି
ପାର ହୋଇ ଅବା ଲଭିବି ମୁଁ ଶାନ୍
ତି l l
ମୁଁ ଛାର ପାମର ମୋ ପ୍ରାଣ ଠାକୁର
ଦୟାର ସାଗର ଆଶ ପ୍ରକାଶି l l
ତୁମ ଆଗମନେ ହସୁ ଉଠୁ ଧରା
ବିରାଜ ପାପୀ ଙ୍କ ପାପ ଧ୍ବଂସି l l
ଅଗତିର ଗତି ମୁକ୍ତି ପଥେ ସାଥୀ
ଅନ୍ଧରଲଉଡ଼ି ହେ ଗୁରୁ ଗୋବିନ୍ଦ l
ଝରୁଥାଉ ସଦା ଶ୍ରଦ୍ଧା ର ଧାରା
ପାନ କରି ଧନ୍ୟ ସେ ମକରନ୍ଦ l l
ଆହେ ଦୟାନିଧି ବାଞ୍ଛା କଳ୍ପତରୁ
ଏତିକି ସୁଦୟା ମୋହ ଠାରେ ଥିବ l
ଶେଷ କାଳେ ଗୁରୁ ହାତ ଧରି ମୋର
ନିତ୍ୟ ପଥେ ଅବା ଟାଣି ନେବ l l