STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ହେ ବସନ୍ତ

ହେ ବସନ୍ତ

1 min
166


   ହେ ବସନ୍ତ

  ତୁମେ ସବୁବେଳେ ଶାନ୍ତ

  ରଚାଉଛ ତୁମେ ରୋମାଞ୍ଚ

 ପ୍ରୀତି ପ୍ରଣୟର ତୁମେ ମହା ସନ୍ଥ ।


  ବିଶ୍ଵ ଭ୍ରାତୃତ୍ଵର ତୁମେ ମହାନାୟକ

  ପରିବେଶ ପ୍ରକୃତିର ତୁମେ ରଚକ

  ତୁମେ ସିଦ୍ଧହସ୍ତ ଅଟ ପରିବାର

   ପରିବେଶର ସିଦ୍ଧ ହସ୍ତ

  ତୁମେ ଚିର ପରିଚିତ ସଭିଙ୍କର ବସନ୍ତ ।


  ମାତୃଭୂମି ମାତୃ ଭାଷାର 

   ଚିର ପରିଚିତ

 ତୁମ୍ଭ ପାଇଁ ଧନ୍ୟ ଏ ଜଗତ

  ତୁମେ ଶାନ୍ତି ମୁକ୍ତିର ପ୍ରତୀକ

  ତୁମ ପାଇଁ ଧନ୍ୟ ଏ ଜଗତ

  ପ୍ରୀତି ପ୍ରଣୟର ମଧୁଝରା ତୁମେ

  ତୁମେ ମାନବ ଜାତି ର

  ଚିର ବନ୍ଦନୀୟ ବସନ୍ତ।


  ସୁଖ ଦୁଃଖର ମହା ନାୟକ

  ସଂସାର ଜଞ୍ଜାଳରୁ ତୁମେ ମୁକ୍ତ

  ବିଶ୍ଵବାସୀଙ୍କ ପାଇଁ

  ଉତ୍ସାହ ଉଦ୍ଦୀପନା ତୁମେ

   ତୁମ ପାଇଁ ଆମେ ଗର୍ବିତ

  ନୀତି ଆଦର୍ଶର ମହା ସଙ୍ଗୀତ

  ତୁମେ

ଶାନ୍ତି ମୁକ୍ତିର ବସନ୍ତ ।


  ଜୀବନ ଯୌବନ ଜୀବିକାର

  ପ୍ରତୀକ ଅଟ ମୂର୍ତ୍ତିମନ୍ତ

  ସେବା ଦେବା ସବୁଜିମା ଭରା

  ଧରଣୀର ତୁମେ ହୁଅ ପରିଗଣିତ

  ତୁମେ ଶାନ୍ତି ମୈତ୍ରୀ ଏକତାର

   ଅଟ ପ୍ରତୀକ

  ଜନ୍ମ ଠାରୁ ମୃତ୍ୟୁ ଯାଏଁ

  ଏ ପରିବେଶର ଅଟ ପ୍ରହରୀ ଜାଗ୍ରତ ।


  ମୃଦୁ ମଳୟ ତୁମ ଋତୁର ମହତ୍ତ୍ଵ

  ସବୁ ବୃକ୍ଷ କୁ କର ତୁମେ ପଲ୍ଲବିତ

  ନୂତନ ଆଶା ଆକାଙ୍କ୍ଷା କୁ କର ତୁମେ ଜନ୍ମିତ

  ଚିନ୍ତା ଚେତନାକୁ କର ଉତ୍ସାହିତ

  ତୁମେ ମାନବ ସଭ୍ୟତାର ପ୍ରେରଣା

  ହେ ବସନ୍ତ ହେ ବସନ୍ତ ।


  ଦେଶ ବିକାଶର ତୁମେ ମୂଳମନ୍ତ୍ର

  ସମାଜ ବିକାଶ ସଂସ୍କାରର

  ତୁମେ ମହା ମନ୍ତ୍ର

 ଏ ଦେଶ ଏ ଜାତି ପ୍ରଗତିର

  ତୁମେ ଅଟେ ପ୍ରେରଣାର

  ମହା ମୁକ୍ତି ମହାମନ୍ତ୍ର

  ହେ ବସନ୍ତ ହେ ବସନ୍ତ ।


   

  



Rate this content
Log in

Similar oriya poem from Inspirational