Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

3  

Disambar Meher

Others

ହେ ବର୍ଷା

ହେ ବର୍ଷା

1 min
6.9K



ହେ ବର୍ଷା ତୁମକୁ ଖୋଜୁଖୋଜୁ

ପାଇଗଲି ଏଇ ଶ୍ରାବଣରେ

ଝିପିଝିପି ବରଷାରେ ଭିଜି

ସିହରୀ ଉଠୁଛି ଛାତିରେ ।

ତୁମ ଆସିବା ବାଟ ଦେଖି

ବିତିଗଲା କେତେ ଦିନ

ପ୍ରତି ମୂହୁର୍ତ୍ତରେ ତୁମକୁ ଖୋଜେ

ଏ ମୋର ଅବୁଝା ମନ ।

ତୁମ ସ୍ପର୍ଶ ପାଇବା ପାଇଁ

ବ୍ୟାକୁଳ ହୁଏ ହୃଦୟ

ବର୍ଷା ରେ ଭିଜି ଭିଜି ନାଚିଲେ

ଜୀବନଟା ଲାଗନ୍ତା କି ମଧୁମୟ ।

ଭୟ ନାହିଁ ବିଜୁଳି, ବଜ୍ରଘାତକୁ

କାଳେ ବନ୍ଦ ହବ ବୋଲି ପ୍ରେମର ଛିଟା

ମନ କିଛି କ୍ଷଣ ପାଇଁ

ଲାଗେ ପୁଣି ଖଟାଖଟା ।

ତୁମେ ଥିଲେ ବର୍ଷା

ବେଙ୍ଗୁଲି ବି ଗାଏ ପ୍ରେମର ଗୀତ

ଇନ୍ଦ୍ରଧନୁ ସପ୍ତରଙ୍ଗେ

ଶୋଭିତ ହୁଏ ହୃଦୟ ଜଗତ ।



ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


Rate this content
Log in