ହେ ଅତୀତ
ହେ ଅତୀତ
ହେ ଅତୀତ
ତୁ ତ ହେଇଗଲୁ ମୃତ
କେବେ ହେବୁ ତୁହି ଜୀବିତ
ତୋର ମିଠା ମିଠା ମୁହୂର୍ତ୍ତ
କିଆଁ ନାଚେ ମନେ କହ ତ ।
ତୋର ମଧୁବୋଳା ସପନ
ତନୁରେ ଆଣଇ କମ୍ପନ
ଉଡି ପାରେ ନାଇଁ ମୋ ମନ
ଛଟପଟ ହୁଏ ଜୀବନ ।
ଛଡେଇନେଲୁ ତୁ ମୋ ସୁଖ
ନଦିଦେଲୁ ମୁଣ୍ଡେ ସବୁ ଦୁଃଖ
ହେଲି ମୁଁ ବଧିର ପୁଣି ମୂକ
ହେବି ପାପୀ ଅବା ଧାର୍ମୀକ
ଯିବି ସ୍ବର୍ଗ କିବା ନରକ ।