Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ହାଟକ ଗଉରୀ କଟକଚଣ୍ଡୀ

ହାଟକ ଗଉରୀ କଟକଚଣ୍ଡୀ

1 min
188



କଟକେ ବୋଲାଉ ମାତ ହାଟକ ଗଉରୀ l

ହାଟ ବସାଇଛୁ ଚଣ୍ଡୀ ମାତା ମାହେଶ୍ୱରୀ ll

କଟକ ଚଣ୍ଡୀ ଛଟକେ ଦୋଷୀ ପାରୁ ଦଣ୍ଡି l

ହେମ ମରକତ ମୁଖୀ ମା' ସିନ୍ଦୁର ମୁଣ୍ଡି ll

ମରକତ ନଗରରେ ସୁଖେ ତୋର ବାସ l

ଉତ୍କଳଇଶ୍ୱରୀ ହେଉ ନାନା ଦିବ୍ୟବେଶ ll

କଟକର ଚିନ୍ତା ସିନା ବାୟା ବାଇମୁଣ୍ଡିକି l

ଜଗତଯାକର ଚିନ୍ତା ମାଆ ମୋର ଚଣ୍ଡୀକି ll

କେଶରୀ ବାହିନୀ ମାଆ ହିମବନ୍ତ ଜେମା l

କେ ବର୍ଣ୍ଣି ପାରିବ ମାତ ତୋହର ମହିମା ll

ହାତେ ଧରି ମାଆ ତୁହି ବାରହାତି ଖଣ୍ଡା l

ଦୁଷ୍ଟଙ୍କୁ ସଂହାରକରୁ ଭେଣ୍ଡା ଗଣ୍ଡା ଗଣ୍ଡା ll

ଉତ୍କଳ ଜାହ୍ନବୀ ମହାନଦୀ ତୀରେ ଗାଦି l

ନୀଳ ଜଳରାଶି ବହେ ପାରୁଶକୁ ଭେଦି ll

ନଗର ତୋ'ର ମାଆଲୋ ଧବଳ ଟଗର l

ହଜାର ବର୍ଷ ପୁରୁଣା ସଂସାରରେ ସାର ll

ଗଡ଼ଚଣ୍ଡୀ ବାରବାଟୀ ଭଉଣୀ ତୋହର l

ପାର୍ଶ୍ୱେ ଧବଳ କୁଦରେ ଶ୍ରୀଧବଳେଶ୍ୱର ll

କେଉଁ କାଳୁ ଥାପିଅଛୁ ମାଆ ଦିବ୍ୟାସନ l

ଦେଖିଅଛୁ ଗଙ୍ଗ,ଗୌଡ଼,ଯବନ ଶାସନ ll

ସର୍ବ ମଙ୍ଗଳା ମଙ୍ଗଳମୟୀ ମାଆ ଚଣ୍ଡୀ l

ନାମ ସୁମରଣେ ଯାଏ ସର୍ବ ପାପ ଖଣ୍ଡି ll

ଆଦୃଶ୍ୟକୁ ଦୃଶ୍ୟ କରୁ ମା' କରୁଣାମୟୀ l

ନାରାୟଣୀ ନାମେ ମାତ ବିପତ୍ତି ପଳାଇ ll

ମହୋତ୍କଟା,ବିକଟା ମା' ସଙ୍କଟତାରିଣୀ l

ପାରି କର ମହାମାୟା ଭଵ ବୈତରଣୀ ll

         


Rate this content
Log in

Similar oriya poem from Classics