STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ହାପି ହୋଲି

ହାପି ହୋଲି

1 min
250



ଆସିଛି ହୋଲି ରଙ୍ଗ ପସରା ମେଲି 

ହାପି ହୋଲି ହାପି ହୋଲି 

ବରଷିବ ରଙ୍ଗ ସାଥେ ପିଚକାରୀ 

ମନ ଉଠେ ଫୁଲି ହାପି ହୋଲି 

ଆଜି କଥା ନଥାଏ ଆସନ୍ତା କାଲି 

ଆଜିର ଉତ୍ସବ ହୋଲି 

ଭାଇଚାରା ପାଇଁ ରଙ୍ଗ ଟିକେ ନେ ସାଙ୍ଗ 

କହିବା ଖୋଲି ହାପି ହୋଲି 

ପ୍ରକୃତିର କେତେ ରଙ୍ଗ ନେଳି ସବୁଜ ନାଲି 

କୁହୁ କୁହୁ ଡାକେ କୋଇଲି 

ଖରା ତାତି ଗରମର ଶୋଷ ହେଉଛି ଖାଲି 

ଜୀବଜନ୍ତୁଙ୍କ ପାଇଁ ପାଣି ରଖିବା ବୋଲି 

ଜମା ଯିବାନି ଭୁଲି 

କର୍ତ୍ତବ୍ୟ କର୍ମ ଭିତରେ ପଶୁ ପକ୍ଷୀ ଆମ 

ବନ୍ଧୁ ବୋଲି କହିଯିବା ମନ ଖୋଲି 

ହାପି ହୋଲି ହାପି ହୋଲି ହାପି ହୋଲି 

ଆରେ ମିତ ଆ ସଙ୍ଗାତ ଯିବା ବୁଲି 

ଦେଖିବାକୁ ପ୍ରକୃତିର ସୌନ୍ଦର୍ଯ୍ୟ ଖାଲି 

ନେଳି ପତରରେ ଫଳ ନାଲି 

ସବୁଜଘାସ ଉପର କେତେଜାତି ସରୀସୃପ 

ବୁଲନ୍ତି ଖେଳି ବୁଲି 

ତାଙ୍କୁ ବୋଳିବାନି ରଙ୍ଗ କହି ହାପି ହୋଲି

କୁକୁର କହିବ ଭୁ ମିଆଁଉ କହିବ ପୁଷି 

ହମା ରଡି କରି ଗାଈ ବାଛୁରୀକୁ ଡାକିବ

ଆ ତୁ ଚାଲି ମୋ ଗେଲ୍ଲୀ 

ଭାଷା ନୁହେଁ ସିନା ଆମପରି ହେଲେ 

କହନ୍ତି କଥା ମୁଣ୍ଡ ଯାଏ ହଲି ଦୋହଲି 

ହାପି ହୋଲି ହାପି ହୋଲି ହାପି ହୋଲି


Rate this content
Log in