ହାଏରେ କରୋନା
ହାଏରେ କରୋନା


ହାଏରେ କରୋନା
ଦେଇ ନିର୍ଯାତନା
କାହିଁ କରୁ ହନ୍ତସନ୍ତ.....
କେଉଁ ବନ୍ଧନରେ
ବାନ୍ଧିହେଲୁ ତୁ ଯେ
ହେବନି କି ତୋର ଅନ୍ତ?
ମଣିଷର ପାପ
ହୋଇ ଅଭିଶାପ
ନେଲା ଜନମ ତୋ ରୂପେ......
ଚାରି କାନ୍ଥ ମଧ୍ୟେ
କଟିଲା ଜୀବନ
ସବୁ ଜଳିଗଲା ତୋ କୋପେ।
ଭାଙ୍ଗିଲୁ ତୁ ଆଶା
ସ୍ବପ୍ନ ପରିଭାଷା
କ୍ଳାନ୍ତ ପ୍ରାୟ ଏବେ ଧରା......
କାହିଁ କରୁଛୁରେ
ଛଳନା ବାହାନା
କାହିଁ ମେଳୁଛୁ ପସରା।
ଧର୍ମସ୍ଥଳେ ତାଲା
ଶିକ୍ଷାସ୍ଥଳେ ତାଲା
ପାଠ ତ ଚୁଲିକି ଗଲା.......
କଳା ସଂସ୍କୃତ
ପରମ୍ପରା ମାରି
ଲଗେଇଛୁ ଏଠି ପାଲା।
ନାହିଁ ଖାଇବାକୁ
ନାହିଁ ପିନ୍ଧିବାକୁ
ଜୀବିକା ତୁ ବୁଡ଼େଇଲୁ....
...
ପାଦ ଆଗେ ରାସ୍ତା
ହାରିଗଲା ସିନା
ତୁ କେମିତି ନ ହାରିଲୁ।
ଲକ୍ଷ ଲକ୍ଷ ଲୋକ
ସତେ ପୋକ ଜୋକ
ସାଜିଲେ ଯଜ୍ଞ ଆହୁତି......
କେଡେ କେଡେ ନେତା
ସାଧାରଣ ଜନତା
ମନ ତୋ ନ ହେଲା ଶାନ୍ତି।
ଟୀକାର ପ୍ରବେଶ
ଭରଷା ବିଶ୍ୱାସ
ତଥାପି ଥମିଲୁ ନାହିଁ.......
କାୟା ମେଲାଇଣ
ଦଳ ବଳ ଘେନି
ଆସିଲୁ ମାରିବା ପାଇଁ।
ଲୁଚି ଅଛି ଭଲ
ପ୍ରତି ମନ୍ଦ ମଧ୍ୟେ
ଦେଲୁ ତୁ ଏ ବାରତା....
ସ୍ନେହ ଶ୍ରଦ୍ଧା ପ୍ରେମ
ସାହାଯ୍ୟ ଆଦର
ବଢ଼ିଲା ମାନବିକତା।
ହାଏରେ କରୋନା
କରନା ତୁ ମନା
ଫେରିଯା ଧରଣୀ ଦେହୁ........
ଥିଲା ଯାଏଁ ସୂର୍ଯ୍ୟ
ତୁ ଦେଇଥିବା ଶିକ୍ଷା
ପବନ ହୋଇକି ବହୁ।