Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita tripathy

Inspirational Children

4.5  

sasmita tripathy

Inspirational Children

ଗୁରୁ ପୂଜନ

ଗୁରୁ ପୂଜନ

1 min
275


ଗୁରୁ ତୁମେ ମାତା ଗୁରୁ ତୁମେ ପିତା

ଗୁରୁ ତୁମେ ବିଦ୍ୟାଦାତା

ଗୁରୁ ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ତୁମେ ତାରଣ କରତା


ହାତ ଧରି ନିଅ ଅଜ୍ଞାନ ଅନ୍ଧାରୁ 

ତୁମେ ଜ୍ଞାନର ବଳୟ 

ଅଜ୍ଞାନ ଦେଶର ଉତ୍ତପ୍ତ ସହରେ 

ତୁମେ ଶୀତଳ ମଳୟ


ଜ୍ଞାନ ନିର୍ଝରିଣୀ କରୁଣା ସାଗର

ନର ରୂପୀ ନାରାୟଣ

ତଵ ପାଦପଦ୍ମ ଧ୍ୟାଇଲେ ଭକ୍ତିରେ 

ମୂଢ଼ ହୁଏ ବିଜ୍ଞ ଜନ


ଶିଳା ହୁଏ ମୂର୍ତ୍ତି ତୁମେ ଦେଲେ ଛୁଇଁ 

ଏମିତି କୁଶଳୀ ତୁମେ

ତୁମ ସ୍ପର୍ଶ ବିନା ଜୀଵନ ଅନ୍ଧାର 

ନକ୍ଷତ୍ରର ଜ୍ୟୋତି ତୁମେ


ସତ୍ୟ ତ୍ୟାଗ ନିଷ୍ଠା ଲାଳିତ୍ୟ ପାଣ୍ଡିତ୍ୟ

ସାଧୁତା ଓ ମହାନତା

ତୁମ ଚରିତ୍ରର ସ୍ୱତନ୍ତ୍ର ବୈଶିଷ୍ଟ୍ୟ

ହୃଦେ ନାହିଁ କପଟତା


ଦେଶର ଗୌରବ ଜାତିର ପ୍ରଗତି

ମେରୁଦଣ୍ଡ ସମାଜର

ଶିଷ୍ୟଙ୍କ ଭବିଷ୍ୟ ତୁମରି ହାତରେ 

ତୁମେ ହିଁ ମଣି ମଥାର 


ଆଶିଷ ମୁକୁତା ଝରୁ ଥାଉ ସଦା

ମସ୍ତକରେ ଥାଉ ହାତ

ହେ ଚିର ନମସ୍ୟ ପୂଜ୍ୟ ଗୁରୁଦେବ

ଘେନ ଆମ ପ୍ରଣିପାତ



Rate this content
Log in

Similar oriya poem from Inspirational