Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Classics Inspirational Children

4.0  

Debadatta Jena

Classics Inspirational Children

ଗୁରୁ ପରଂ.. .

ଗୁରୁ ପରଂ.. .

2 mins
256


ଗୁରୁ.. ଗୁଣ ମୁକ୍ତ, ବୋଧିଦୀପ୍ତ, 

ଗୁରୁ.. ଜ୍ଞାନାଲୋକ, ଦିବ୍ୟଲୋକ, 

ଗୁରୁ.. ସ୍ୱୟଂ ଆକାର,ନିରାକାର, 

ସେ ବ୍ୟକ୍ତ, ଅବ୍ୟକ୍ତ, ପରି ବ୍ୟାପ୍ତ, 

ଅଜ୍ଞାନାନ୍ଧକାର ନାଶକ ଅଞ୍ଜନ, 

ସେ ଶରୀର ନୁହଁନ୍ତି,ସତ୍ତ୍ୱ ରଜ ତମ, 

ଅଶରୀର, ଅଦ୍ୱିତୀୟ ସତ୍ତା, 

ସେ ଅପୂର୍ଣ୍ଣ ନୁହଁନ୍ତି, ପରିପୂର୍ଣ୍ଣ, 

ସେ ପୂର୍ଣ୍ଣ ବ୍ରହ୍ମ, ପରଂବ୍ରହ୍ମ ସତ୍ତ୍ୱ..!

ସେ ପୃଥିବୀ, 

ଧୈର୍ଯ୍ୟ, କ୍ଷମା ଓ ତ୍ୟାଗର ପ୍ରତୀକ, 

ସେ ବାୟୁ, 

ମାୟା, ମୋହ ଓ ଆକର୍ଷଣ ମୁକ୍ତ, 

ସେ ଜଳ, 

ସ୍ୱୟଂ ତୃଷା ନିବାରକ, ମହାନତା, 

ବିନମ୍ରତା, ପବିତ୍ରତାରେ ପରିପୂର୍ଣ୍ଣ, 

ସେ ନମ୍ର, ନିରହଂକାର ପ୍ରତୀକ..!

ଗୁରୁ ଅଗ୍ନି, 

ସେ ନିତ୍ୟ, ଅନିତ୍ୟ ଅପ୍ରକାଶ୍ୟ, 

ବିଶୁଦ୍ଧ, ବିମଳ, ଆକାର,ସାକାର 

ନିରାକାର ରୂପ,ସେ ତପ୍ତ,ଉଦିପ୍ତ, 

ସେ ଆକାଶ, 

ଅସ୍ପର୍ଶ, ସର୍ବ ବ୍ୟାପ୍ତ, ସର୍ବ ବ୍ୟାପକ, 

ସେ ପୁଣି ଚନ୍ଦ୍ରମା,ଶୀତଳ,ଅକ୍ଷୟ, 

ଆତ୍ମଶକ୍ତି, ଆତ୍ମ ତେଜୋଦୀପ୍ତ..!

ସେ ସୂର୍ଯ୍ୟ, 

ଆଲୋକ ପ୍ରଦାନରେ ଚୀରୋଦୀପ୍ତ, 

ସକଳ ଶକ୍ତି ପ୍ରଚୋଦିତ,ଉଜ୍ଜଳ ତମ, 

ସେ କପୋତ ପରି ଆସକ୍ତି ମୁକ୍ତ, 

ସେ ଅଜଗର ପରି, 

ନିଜ ସ୍ୱରୂପରେ ସଦା ମଗ୍ନ, 

ମର୍ଯ୍ୟାଦା ବନ୍ତ ସିଂଧୁ, ସାଗର ପରି 

ବିଶାଳ ହୃଦୟ, ନିଃସ୍ୱ ମନ, 

ସମତାର ଗୁଣରେ ସଦା ଉତ୍ଫୁଲ୍ଲିତ, 

ଅଚଞ୍ଚଳ, ଗୁଣ ବନ୍ତ ସ୍ୱରୂପ..!

ସେ ପତଙ୍ଗ, 

ନିର୍ଭିକ, ନିରଳସ, ଆଲୋକ 

ସନ୍ଧାନରେ ବ୍ୟଗ୍ର, 

ମଧୁପ ପରି ମଧୁ ସନ୍ଧାନ ରତ, 

ଅକୁଣ୍ଠିତ, ପୂର୍ଣ୍ଣ ସଂଭ୍ରମ ଯୁକ୍ତ, 

ସେ ଗଜ, ନିତ୍ୟ ନୈମୁକ୍ତ, 

କାମନା-ବାସନା ମୁକ୍ତ, ବିଶୁଦ୍ଧ, 

ପରମାର୍ଥ, ଶ୍ରେଷ୍ଠ ମୂର୍ତ୍ତିମନ୍ତ..!

ସେ ପିମ୍ପୁଡି, 

ନିରନ୍ତର କର୍ମ ଚଞ୍ଚଳ, 

କିଂତୁ, ଲୋଭ ମୋହ ନିବୃତ, 

ଭଅଁର ପରି ଆସକ୍ତି ବିମୁକ୍ତ, 

ହରିଣ ପରି ସ୍ୱତଃସ୍ଫୁର୍ତ୍ତ, ରୁଦ୍ଧିମନ୍ତ, 

ସଦା ଚଞ୍ଚଳ, ସଦା ଉତ୍ଫୁଲ୍ଲିତ, 

ସର୍ବଦା, ଆକ୍ରୁଷ୍ଟତା ରହିତ..!

ମୀନ ସ୍ୱରୂପ, 

ଲୋଭ ଲାଳସା ବିରଞ୍ଚିତ, 

ସଦା ଛଳ ଛଳ, 

ଆବେଗ, ଭାବାବେଗ ନିବୃତ୍ତ, 

ସେ ପିଙ୍ଗଳ ବେଶ୍ୟା, 

ନିର୍ଗୁଣ, ବୈରାଗ୍ୟ ଶ୍ରେଷ୍ଠ, 

ବାସନା ରହିତ ଶ୍ଵାନ, 

ବୈର ଭାବନା ମୁକ୍ତ, ଅନାସକ୍ତ, 

ତଦ୍ରୁପ ଆନନ୍ଦ ଆର୍ତ୍ତକ..!

ଏକ ଲକ୍ଷ୍ୟ 

ସାଧନାରେ ବ୍ରତୀ, 

ସେ ବ୍ରାହ୍ମଣ କୁମାରୀ ତୁଲ୍ୟ, 

ସର୍ପ ସଦୃଶ,ସତ୍ୟନିଷ୍ଠ, ତ୍ୟାଗୀ, 

ମୂଳ ସ୍ୱରୂପ ଗ୍ରହଣ କରୁଥିବା 

ସ୍ୱୟଂ ବିଶ୍ଵରୂପ ଶ୍ରେଷ୍ଠ, 

ସେ ଶରାକୃତ, 

ଏକ ନିଷ୍ଠ ଓ ଏକାଗ୍ରତାର 

ନିରଳସ ସାଧକ...!

ଗୁରୁ ସ୍ୱୟଂ, 

ଉର୍ଣ୍ଣନାଭ, ଇନ୍ଦ୍ରିୟ ଆସକ୍ତ ଲୁପ୍ତ 

କୁମ୍ଭାରିଆ କୀଟ, 

ସ୍ୱୟଂ ସ୍ୱରୂପ ଦ୍ରଷ୍ଟା, ସୁପେଶ କୃତ, 

ସଂଯମ, ଆଚରଣ, ଉଚ୍ଚାରଣ, 

ସଂସ୍କାରର ନିଚ୍ଛକ ପ୍ରତିବିମ୍ବ, 

ଆଲମ୍ବ, ଅବଲମ୍ବନ, ସ୍ୱାବଲମ୍ବୀ, 

ସ୍ୱୀୟ ପ୍ରତିଫଳନ.. !

ସେ ବ୍ରହ୍ମ, 

ବ୍ରହ୍ମ ସ୍ୱରୂପ, ସତ, ଚିତ ଆନନ୍ଦ, 

ଚିଦାନନ୍ଦ ସ୍ୱରୂପ, ଗୁରୁ ଶ୍ରେଷ୍ଠ 

ନିତ୍ୟ, ପରମାନନ୍ଦ ପୁରୁଷ, 

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, 

ଗୁରଦେଵଃ, ମହେଶ୍ୱର, 

ଗୁରୁ ସାକ୍ଷାତ, ପରଂବ୍ରହ୍ମ, 

ତସ୍ମଇ ଶ୍ରୀ ଗୁରଭୈ ନମଃ..! 

ସେ ନିତ୍ୟମ, 

ଶାଶ୍ୱତଂ ଶୁଦ୍ଧମଂ, ନିରାଭାସଂ, 

ନିରାକାରଂ, ନିରଞ୍ଜନଂ, 

ନିତ୍ୟ ବୋଧଂ, ଚିଦାନନ୍ଦମ, 

ଗୁରୁ ବ୍ରହ୍ମା ନମାମ୍ୟହମ, 

ସେ ମାତା ଗୁରୁ, ପିତା ଗୁରୁ, 

ବଂଧୁ, ସଖା, ବିଦ୍ୟା, ଓ ଦ୍ରବଣ 

ତ୍ୱାମେବ ସର୍ବ ମମ ଦେବ ଦେବ..!

କନ୍ୟା ଦାତା, ମନ୍ତ୍ର ଦାତା, 

ଜ୍ୟେଷ୍ଠ ଭ୍ରାତା ତୁଲ୍ୟ, 

ଅନ୍ନ ଦାତା, ଭୟ ତ୍ରାତା 

ସଶରୀରେ ଗୁରୁ ପଦବାଚ୍ୟ, 

କର୍ମ ଗୁରୁ, ଧର୍ମ ଗୁରୁ, 

ଦୀକ୍ଷା ଗୁରୁ, ଅବଧୂତ, ମୁନି 

ବୋଧି ଶ୍ରେଷ୍ଠ ବୋଧିକଳ୍ପ ଦ୍ରୁମ.. !

 



Rate this content
Log in

Similar oriya poem from Classics