STORYMIRROR

Jagannath Das

Inspirational

3  

Jagannath Das

Inspirational

ଗୁରୁ ନାମ

ଗୁରୁ ନାମ

1 min
121



ତୁମେ ତ ଅନନ୍ତ

ତୁମେ ହିଁ ଅସୀମ

ପ୍ରେମ ସାଗରରେ 

ପୂର୍ଣ୍ଣ ଅଟେ ତୁମ ନାମ ।


କୃପା କର ବାରେ

ଏ ଭବ ସାଗରେ

ସେଲାଗି ଡାକଇ

ତୁମେ ମୋର ପ୍ରିୟତମ ।


ବିଶ୍ୱ ତଵ ଧୂଳି

ଯାଣି ଅଛି ବୁଲି

ଡାକୁଛି ମୁଁ ନିତ୍ୟ

ନାଶ ଅଜ୍ଞାନ କୁ ମମ ।


ଜୀବନ ସମସ୍ୟା

ନଦୀର ଭରସା

କୁଳ ର ହିଁ ଆଶା 

ନାଵ କର୍ଣ୍ଣ ଧାର ଆମ ।


ହେ ତତ୍ତ୍ୱ ପୁରୁଷ

ମୋ ଅନ୍ତରେ ଆସ

ଦୁଃଖ କୁ ହିଁ ନାଶ

ଗୁରୁଦେବ ତୁମ ନାମ ।


ତୋ ନାମ ଜପିଲେ

ଜ୍ଞାନ ଆସେ ଭଲେ

ଶାସ୍ତ୍ର ଲେଖି ଚାଲେ

ଆଶୀର୍ବାଦ କରେ କାମ ।


ଶାସ୍ତ୍ର ର ସ୍ୱରୂପ

ଯାଜ୍ଵଲ୍ୟ ପ୍ରଦୀପ

ତୁମେ ପ୍ରଜ୍ଞା ଦୀପ୍ତ

ଘେନ ସହସ୍ର ପ୍ରଣାମ ।


ଅଧମ ମସ୍ତିଷ୍କ

ପୂର୍ଣ୍ଣ ଅଛି ପଙ୍କ

ଖାଲି ମାରେ ଡାକ

ମିଛ ଟାରେ ଏହି ଧାମ ।


ମୋର ଏ ପ୍ରାଣର

ମୁକୁଳା ମନ୍ଦିର

ଅନ୍ତର୍ଦହ ନ କୁ 

ଲିଭାଇବ ତୁମ ନାମ ।


ଅଭୁଲା ପରଶେ

ଅମୀୟ ପ୍ରଲେପ

ଲାଗି ଯାଏ ଆପେ

ତୁମେ ପ୍ରଣମ୍ୟ ପ୍ରଣମ୍ୟ ।



Rate this content
Log in

Similar oriya poem from Inspirational