Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Pradhan

Abstract

4.8  

Kalpana Pradhan

Abstract

ଗୁରୁ କୃପା

ଗୁରୁ କୃପା

1 min
198


ହେଗୁରୁ ତୁମେ କରୁଣାମୟ

      ଜ୍ଞାନର ମୂରତି ଆହେ ଦୟାମୟ l

ଦିଅହେ ଭକତି ହୃଦୟେ ମୋହର

       ତଵ ଶ୍ରୀଚରଣେ ଥାଉ ଲୟ l

ଭବ ବାରିଧିରେ ଅଜ୍ଞାନ ଅନ୍ଧାରେ

      ଭ୍ରମୁଥିଲି ମୁହିଁ ମାୟା ପାରାବାରେ l

ତଵନାମ ସୁଧା ଧରି ମୋତୁଣ୍ଡରେ

     ପାରିହେବି ସିନ୍ଧୁ ଅଭୟ ଚିତ୍ତରେ l

ହୃଦୟ କନ୍ଦରେ ଜ୍ୟୋତି ରୂପେ 

    ସଦା ପ୍ରକାଶିତ ମୋ ମନମରମେ l

ମାୟାଜାଲେ ମୋ ବେନି ନୟନ

   ଜ୍ଞାନାଞ୍ଜନେ ଦେଲ ଦିବ୍ୟ ଚକ୍ଷୁଦାନ l

ତୁମରି ଆଶିଷେ ହରଷ ମୋମନ

  ପରଶେ ତୁମର ପୁଲକିତ ପ୍ରାଣ l

ତୁମରି ମହିମା କିବା ଅଗୋଚର

  ସମନ ବନ୍ଧନେ କିମ୍ପା ମୋରଡର l

ତୁମ ନାମ ରଜ୍ଜୁ ହାତେଥିଲେ ମୋର

     ଲଭିବି ନିଶ୍ଚେ ମୁଁ ପରମପୟର l

     


Rate this content
Log in

Similar oriya poem from Abstract