STORYMIRROR

Smitarani Barik

Abstract

4  

Smitarani Barik

Abstract

ଗୁରୁ ଆତ୍ମା

ଗୁରୁ ଆତ୍ମା

1 min
249


ମାତା ଗୁରୁ ଶିକ୍ଷା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା

ଶିକ୍ଷା ଦାତା , ଦୀକ୍ଷା ଦାତା ଗୁରୁଦେବ

ସଫଳତା ତୁମ ବିନା ଅସମ୍ଭବ  ।

ହୃଦୟରେ ଭରିଦିଅ ସୁଷମା

ମାତା, ଗୁରୁ ପିତା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା  ।

ଜୀବନରେ ଆସି ଦେବଦୂତ ସାଜି

ଜ୍ଞାନର ଜଳରେ ଯାଏ ଦେହ ଭିଜି

ଅଜ୍ଞାନ ଅନ୍ଧକାରେ ଜ୍ଞାନର ଜ୍ୟୋତି

ତୁମ ଆର୍ଶୀବାଦ ମୋ ପାଇଁ ସମ୍ପତ୍ତି  ।

ହୃଦୟରେ ଭରିଦିଅ ସୁଷମା

ମାତା, ଗୁରୁ, ପିତା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା  ।

ଆହେ ଗୁରୁଦେବ ଦିବ୍ୟ ତୁମ ବାଣୀ

ତୁମ ଚରଣରେ ଅଛି ସଦା ଋଣୀ

ତୁମେ ଭଗବାନ ଦେଇ ଅଛ ଜ୍ଞାନ

ହୋଇଗଲା ଧନ୍ଯ ମୋର ଏ ଜୀବନ  ।

ହୃଦୟରେ ଭରିଦିଅ ସୁଷମା

ମାତା ଗୁରୁ ପିତା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା  ।



Rate this content
Log in

Similar oriya poem from Abstract