ଗ୍ରୀଷ୍ମକାଳ
ଗ୍ରୀଷ୍ମକାଳ
ଦାରୁଣ ନିଦାଘ ଦିଏ
ବେଦନା ଅସହ୍ୟ
ପ୍ରଚଣ୍ଡ ରୌଦ୍ରତାପରେ
ମନେ ଆସେ ଭୟ
ଶୀତର ପ୍ରସ୍ଥାନ ହେଲା
ଦେଖି ଗ୍ରୀଷ୍ମ ଦୃଷ୍ଟି
ଅନଳ ବରଷା ନଭ
କରିବ କି ବୃଷ୍ଟି
ଶୀତ କବଳରୁ ରକ୍ଷା
କମ୍ବଳ ଯେ କଲା
ଗ୍ରୀଷ୍ମପ୍ରବାହରୁ ବଞ୍ଚାଇବ
କିଏ ଭଲା
ପ୍ରକୃତିର ନିୟମ ଯେ
ଅଟେ ଚିରନ୍ତନ
ବଦଳିନି ଚାଲିଥିବ
ବିଧିର ବିଧାନ