ଗ୍ରୀଷ୍ମ
ଗ୍ରୀଷ୍ମ
କ୍ରମେ ମଧୁ ଅନ୍ତେ ଆସଇ ଜଗତେ ଦାରୁଣ ନିଦାଘ କାଳ, ଜୀବଜନ୍ତୁ ଆଉ ତରୁଲତା ସବୁ ଜଳ ପାଇଁ କଲବଲ।
ସୂରୁଜ ଙ୍କ ତେଜ ପ୍ରଖର ହୁଅଇ ଦିବସ ରେ ମରୀଚିକା,
ବାଟୋଇ ବିଚରା ତା ପଛରେ ଧାଇଁ ନିରାଶ ହୁଅଇ ଏକା ।
ଗ୍ରୀଷ୍ମ ଦାଉରୁ ଗରିବ ବାପୁଡା ହାତେ ଧରେ ତାଳ, ବାଉଁଶ ପଙ୍ଖା, ଆରାମ କରଇ ଧନୀକ ଜଣକ ଜାଳି ଏସି ଆଉ ବିଜୁଳି ପଙ୍ଖା।
ସମାଜ ସେବୀଏ ଜଳଛତ୍ର ଖୋଲି ବଞ୍ଚାନ୍ତି ପଥିକ ଜୀବନ,
ତାଙ୍କ ଠାରୁ ମିଳେ ଅଶେଷ କଲ୍ୟାଣ, କରି ଜୀବନକୁ ଧନ୍ଯ।
ବାଡ଼ି ବଗିଚା ରେ ମଲ୍ଲି, ହେନା ଆଦି ଜାତି ଜାତିକା ଫୁଲ, ସଭିଙ୍କ ମନକୁ ମୋହିତ କରନ୍ତି ଖେଳାଇ ବାସ ଅମୁଲ।
ଆମ୍ର ବନ ରୁ ଭାସି ଆସେ ପୁଣି କୋଇଲି ର କୁହୁତାନ,
ସେହି କୁହୁତାନ ମତୁଆଲା କରେ ସଭି ପ୍ରାଣୀଙ୍କର ମନ।
ଅକ୍ଷୟ ତୃତୀୟା, ଶୀତଳ ଷଷ୍ଠୀ ଆଦି କେତେ ଯାତ ମାନ,
ଏ ସବୁ ଯାତ ପାଳି ଆନନ୍ଦରେ ତୋଷ ଯେ କରଇ ମନ।
ଗ୍ରୀଷିମ ଦାରୁଣ ହେଲେହେଁ କାରଣ ଜୀବଜଗତର ହିତ,
ସିନ୍ଧୁ, ନଦୀ, ନାଳ ଜଳ ନେଇ ମେଘ ବର୍ଷାକୁ କରେ ସ୍ଵାଗତ।